27.8 C
Bhubaneswar
Friday, April 19, 2024
Homeଅପରାଧଏହି କାରଣ ପାଇଁ ଲାଇଭ ସୁଇସାଇଡ ଉଦ୍ୟମ କଲେ ଯୁବକ

ଏହି କାରଣ ପାଇଁ ଲାଇଭ ସୁଇସାଇଡ ଉଦ୍ୟମ କଲେ ଯୁବକ

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ୟକ୍ତି ଫେସବୁକରେ ଲାଇଭ ଆସି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସଠିକ ସମୟରେ ଉଦ୍ଧାର କରିଛି । ଭିଡିଓରେ ବ୍ୟକ୍ତି ଜଣକ କୌଣସି ଏକ ଔଷଧର ସେବନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା । ପୋଲିସର କହିବା ମୁତାବକ ଡେପୁଟି କମିଶନର ପୁଲିସ କେପିସେ୍ ମଲହୋତ୍ରା କହିଛନ୍ତି, ଯେ ଫେସବୁକରୁ ଏକ ଜରୁରୀ ବାର୍ତା ଆସିଥିଲା କି ଜଣେ ବ୍ୟକ୍ତି ରାତି ୧.୩୦ ରେ ଆତ୍ମ୍‌ହତ୍ୟା ଉଦ୍ୟମ କରି ଲାଇଭ୍ ଭିଡିଓ ପୋଷ୍ଟ କରିଛନ୍ତି । ଫେସବୁକରୁ ରାତି ୨ ଟା ସମୟରେ ସେ ଏହି ଇମେଲ ପାଇଥିଲେ   ।  ଏହା ପରେ ଦିଲ୍ଲୀ ପୁଲିସର ସାଇବର ସେଲ ୟୁନିଟ୍ ତଦନ୍ତ ଆରମ୍ଭ କରିଥିଲା  ।
ଖବର ଆନୁଯାୟୀ ଡିସିପି କହିଛନ୍ତି ଯେ ସେମାନେ ପ୍ରଥମେ ଏକ ନମ୍ବର ପାଇବାରେ ସଫଳ ହୋଇଥିଲେ । ଯାହା ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିଲା ସେ  ପଶ୍ଚିମ ଦିଲ୍ଲୀର ରାଜୌରି ବଗିଚାରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ ।  ପୋଲିସର ସୁଚନାନୁସାରେ  ଦିଲ୍ଲୀ ପୁଲିସର ପଶ୍ଚିମ  ଏବଂ ଦକ୍ଷିଣ- ପଶ୍ଟିମ ଜିଲ୍ଲାମାନଙ୍କ ସହ ସେୟାରେ କରାଯାଇଥିଲା ।  ଏହାପରେ ରାଜୌରୀ ଗାର୍ଡେନ ପୁଲିସ ଷ୍ଟେସନ ଉକ୍ତ ବ୍ୟକ୍ତିଙ୍କ ଆପରାହ୍ନ ୩.୧୫ରେ ବାସଭବନର ଠିକଣା ପାଇ ବ୍ୟକ୍ତିଙ୍କୁ  ଚେତାଶୂନ୍ୟ  ଅବସ୍ଥାରେ ଉଦ୍ଧାର କରିଥିଲା । ପୁଲିସକୁ କହିଥିଲେ ଯେ ସେ ଥାଇରଏଡ ଚିକିସ୍‌ôାରେ ବ୍ୟବହୃତ  ୫୦ ବୋତଲ ସିରପ ପିଇ ଦେଇଥିଲେ । ତାଙ୍କ ପତ୍ନୀ ତାଙ୍କୁ ତିନି ବର୍ଷ ପୁର୍ବେ ଛାଡି ଚାଲିଯାଇଛନ୍ତି । ସେ ଗତ ବର୍ଷ ଚାକିରି ହରାଇଛନ୍ତି ବୋଲି ସେ ଡିସିପି କହିଛନ୍ତି ।
ସୁଚନା ଅନୁଯାୟୀ ଆତ୍ମହତ୍ୟା  କରିଥିବା ବ୍ୟକ୍ତି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଚିନ୍ତାରେ ରହୁଥିଲେ । ସେ ପୂର୍ବରୁ ଡିପ୍ରେସନ ପାଇଁ ଔଷଧ  ଖାଉଥିବା ଜଣାପଡିଛି । ଭୋପାଳରେ ରହୁଥିବା ତାଙ୍କ ପତ୍ନୀଙ୍କୁ ଏସମ୍ପର୍କରେ ସୂଚନା  ଦିଆଯାଇଥିଲେ ହେଁ ସେ ଆସିବାକୁ ମନା କରି ଦେଇଥିଲେ । ତେବେ ପୀଡିତଙ୍କୁ ତାଙ୍କ ଶାଶୁ ଚାପ ପକାଇବାରୁ ସେ ଏପରି   ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି ।
ପୋଲିସର ଅନୁଯାୟୀ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଦିନ ଦିୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking