33.1 C
Bhubaneswar
Friday, April 26, 2024
Homeଓଡିଶାଆଗକୁ ପାର୍ବଣ, ବଢିପାରେ ଟ୍ରାଫିକ ସମସ୍ୟା

ଆଗକୁ ପାର୍ବଣ, ବଢିପାରେ ଟ୍ରାଫିକ ସମସ୍ୟା

ରାଉରକେଳା: ଆଉ ମାତ୍ର କେଇ ସପ୍ତାହ ପରେ ସାରା ରାଜ୍ୟ ପାର୍ବଣ ରୁତୁରେ ମୁଖରିତ ହେବ । ଚଳିତ ବର୍ଷ ଯଦିଓ କରୋନା ମହାମାରୀ ଯୋଗୁ ଦୁର୍ଗାପୂଜା, ଲକ୍ଷ୍ମୀ ଓ କାଳୀ ପୂଜା ମଣ୍ଡପରେ ଦର୍ଶକଙ୍କ ଗହଳି ରହିବ ନାହିଁ, ତଥାପି ପାର୍ବଣ ରୁତୁକୁ ନିଜ ପରିବାର, ବନ୍ଧୁ, ପରିଜନ ମାନଙ୍କ ମଧ୍ୟରେ ପାଳନ କରିବା ପାଇଁ ପ୍ରାୟ ସମସ୍ତେ ଏବେଠାରୁ ଆଗଭର ହୋଇ ଉଠିଥିବା ଦେଖିବାକୁ ମିଳିଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପାର୍ବଣ ରୁତୁକୁ ଦୃଷ୍ଟିରେ ରଖି ଦୋକାନ, ବଜାର, ରାସ୍ତାଘାଟରେ ସଂଧ୍ୟାରେ ଗହଳି ହେଉଛି । ଯାହା ଫଳରେ ମନୁଷ୍ୟରୁପୀ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏବେଠାରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବଢିବାରେ ଲାଗିଲାଣି ଟ୍ରାଫିକ ସମସ୍ୟା! ସହରର ବିଶ୍ରାଛକ ଠାରୁ ଆରମ୍ଭ କରି ଟ୍ରାଫିକଗେଟ, ଡେଲି ମାର୍କେଟରୁ ଆମ୍ବେଦକର ଛକ ଟ୍ରାଫିକ ସମସ୍ୟାରେ ଉବୁଟୁବୁ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏହି ଛକ ମାନଙ୍କରେ ଟ୍ରାଫିକ ପୁଲିସ ମୁତୟନ ରହୁଥିଲେ ସୁଦ୍ଧା ସହରରେ ଦୁଇ ଚକିଆ ଯାନରେ ବୃଦ୍ଧି ଘଟିବା ଯୋଗୁ ବିଶେଷ କରି ସଂଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଅସମ୍ଭାଳ ସ୍ଥିତି ଉତ୍ପନ କରୁଛି । ସେହିପରି ଦକ୍ଷିଣ ରାଉରକେଲାରେ ଟ୍ରାଫିକ ସମସ୍ୟା ଏକ ପ୍ରକାର ଚରମସୀମାରେ ପହଂଚିଛି । ସାରନଗରୀ ଅଂଚଳର ପ୍ରମୁଖ ମାର୍କେଟ ଭାବେ ପରିଚିତ ଗଂଜୁ ମାର୍କେଟରେ ସଂଧ୍ୟାରେ ଟ୍ରାଫିକ ସମସ୍ୟା ନିତି ଦିନିଆ ଘଟଣାରେ ପରିଣତ ହେଲାଣି । ଏହି ମାର୍କେଟ ଦେଇ ସାରନଗରୀର ମୁଖ୍ୟ ରାସ୍ତା ରଙ୍ଗୋଲି ଛକ ଯାଏ ଯାଇଛି । ସାରନଗରୀର ଅନ୍ୟ ଛକ ଯେପରି ପାଣିଟାଙ୍କି ଛକ, ମା’ମଙ୍ଗଳା ଛକ, ରଙ୍ଗୋଲି ଛକରେ ପୁଲିସ କର୍ମୀ ଅବା ଗୃହରକ୍ଷୀ ମୁତୟନ କରାଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି, ଗଂଜୁ ମାର୍କେଟ ଅଂଚଳରେ ପୁଲିସ କର୍ମୀ ମୁତୟନ ହେଉଥିଲେ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ଆଜି ଯାଏ ସଫଳ ହୋଇ ପାରି ନଥିବା ିଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ବିଶେଶ କରି ଗଂଜୁ ମାର୍କେଟରେ ଥିବା ସୁନା ଅଳଙ୍କାର, କପଡ଼ା, ରାସନ ଦୋକାନ ଆଦିରେ ସଂଧ୍ୟାରେ ଜନସାଧାରଣଙ୍କ ଗହଳି ରହୁଛି । ଗତ କିଛି ବର୍ଷ ତଳେ ଟାଙ୍ଗରପାଲୀ ଥାନା ପକ୍ଷରୁ ଗଂଜୁ ମାର୍କେଟ ଅଂଚଳରେ ଗ।।ଡ଼ି ଗୁଡ଼ିକ ପାର୍କିଙ୍ଗ ପାଇଁ ବାମ ପଟେ ଚିହ୍ନଟ କରାଯାଇଥିଲା, ଯାହା ଏବେ ଦେଖିବାକୁ ମିଳୁନାହିଁ । ରାସ୍ତା ଗୋଟିଏ ପଟୁ ଅନ୍ୟ ପଟକୁ ଚାଲି ପାର ହେବା ମଧ୍ୟ ମୁସ୍କିଲ ହୋଇ ପଡୁଛି । ଅପରପକ୍ଷରେ ଲୋକ ମାନେ ରାସ୍ତାର ଉଭୟ ପଟେ ପାର୍କିଂ କରି ଦୋକାନକୁ ଜିନିଷ କ୍ରୟ କରି ଯାଉଥିବା ବେଳେ, ଏହା ଟ୍ରାଫିକ ସମମ୍ୟାର ଅନ୍ୟତମ କାରଣ ସାଜିଛି । କେବଳ ପିସିଆର ଭ୍ୟାନକୁ ଦେଖିଲେ ଲୋକେ ଗାଡ଼ି ତରବରିଆ ଭାବେ ଠିକ ଜାଗାରେ ପାର୍କିଂ କରି ଦେଉଛନ୍ତି, ପରେ ସ୍ଥିତି ଯଥା ପୂର୍ବତଥା ପରଂ ରହୁଛି । ଏପରି ସ୍ଥଳେ ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking