29.1 C
Bhubaneswar
Wednesday, March 19, 2025
Homeଓଡିଶାପ୍ରେମିକାକୁ ହତ୍ୟା ମାମଲା: ପ୍ରେମିକକୁ ଆଜୀବନ ଜେଲ୍‌

ପ୍ରେମିକାକୁ ହତ୍ୟା ମାମଲା: ପ୍ରେମିକକୁ ଆଜୀବନ ଜେଲ୍‌

ବ୍ରହ୍ମପୁର: ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ। ୨୦୨୩ ପାଟପୁର ଥାନା ପୋଡ଼ାମାରିରେ ଯୁବତୀଙ୍କୁ ପଥରରେ ଛେଚି ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଅଦାଲତ। ଅଭିଯୁକ୍ତ ପ୍ରେମିକ ପାଟପୁର ଥାନା ସିନ୍ଦୂରପୁର ଗ୍ରାମର ମିଥୁନ ବିଷୋୟୀ(୩୭)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ। ବିବାହ ପ୍ରଲୋଭନ ଦେଖାଇ ହତ୍ୟା କରିବା ସହ ଟଙ୍କା, ସୁନା ଲୁଟ୍‌ କରିଥିଲା ଦୋଷୀ ମିଥୁନ।

ସୂଚନାଯୋଗ୍ୟ, ମିଥୁନ ଓ ପୋଡ଼ାମାରି ଗ୍ରାମର ସଙ୍ଗୀତା ପ୍ରଧାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ୨୦୨୩ ଅଗଷ୍ଟ ୩ ତାରିଖରେ ସଙ୍ଗୀତା ନିଜ ଘରୁ ସୁନା ଅଳଙ୍କାର ନେଇ ମିଥୁନ ସହ ଫେରାର ହୋଇଯାଇଥିଲେ। ହେଲେ ଦୋଷୀ ମିଥୁନ ଫେରାର ହେବାର ଦିନକ ପରେ ସଙ୍ଗୀତାଙ୍କୁ ହତ୍ୟା କରି ତପ୍ତପାଣି ଘାଟିର ଏକ ଖାଲୁଆ ଜାଗାରେ ଫୋପାଡ଼ି ଦେବା ସହ ମୃତଦେହ ଉପରେ ପଥର ପକାଇ ଦେଇଥିଲା। ସଂଗୀତା ବିବାହ ପାଇଁ ବାଧ୍ୟ କରୁଥିବାରୁ ମିଥୁନ ତାଙ୍କୁ ହତ୍ୟା କରିଥିଲା।

ତେବେ ଅଗଷ୍ଟ ୮ ତାରିଖରେ ସଙ୍ଗୀତାଙ୍କ ମୃତଦେହ ମିଳିବା ପରେ ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ସେହି ଆଧାରରେ ତଦନ୍ତ କରି ପ୍ରେମିକ ମିଥୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାର ବିଚାରବେଳେ ୧୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking