36.1 C
Bhubaneswar
Saturday, May 4, 2024
Homeଅପରାଧବାହାଘର କାର୍ଡ ବାଣ୍ଟୁଥିବା ବେଳେ ଯୁବତୀଙ୍କ ସହ ଯାହା ଘଟିଲା, ଜାଣିଲେ ହୋସ୍ ଉଡ଼ିବ....

ବାହାଘର କାର୍ଡ ବାଣ୍ଟୁଥିବା ବେଳେ ଯୁବତୀଙ୍କ ସହ ଯାହା ଘଟିଲା, ଜାଣିଲେ ହୋସ୍ ଉଡ଼ିବ….

ଲକ୍ଷ୍ନୌ : ୟୁପିର ଝାନ୍ସି ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ୧୮ ବର୍ଷୀୟା ଯୁବତୀଙ୍କୁ ଅପହରଣ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଯୁବତୀଙ୍କ ସହ ୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ଏଥିକି ନୁହେଁ, ବରଂ ଅଭିଯୁକ୍ତ ତାଙ୍କୁ ଜଣେ ରାଜନୈତିକ ଦଳର ନେତାଙ୍କ ପାଖକୁ ନେଇଥିଲା ଓ ପରେ ତାଙ୍କୁ ମଧ୍ୟପ୍ରଦେଶର ପଡ଼ୋଶୀ ଦତିଆ ଜିଲ୍ଲାର ଏକ ଗାଁରେ ଅନ୍ୟ କାହା ସହ ରହିବାକୁ ବାଧ୍ୟ କରିଥିଲା ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ପୋଲିସ ନିକଟରେ କରାଯାଇଥିବା ଅଭିଯୋଗ ଅନୁସାରେ, ଏପ୍ରିଲ ୨୧ରେ ହେବାକୁ ଥିବା ନିଜ ବାହାଘରର କାର୍ଡ ବାଣ୍ଟିବାକୁ ଯୁବତୀ ଯାଇଥିଲେ ।

୧୮ ଏପ୍ରିଲରେ ଗାଁର ୩ ଯୁବକ ଯୁବତୀଙ୍କୁ ଅପହରଣ କରିନେଇଥିଲେ । ସେମାନେ ଯୁବତୀଙ୍କ ଅଲଗା ଅଲଗା ସ୍ଥାନରେ ରଖିଥିଲେ ଓ ପରେ ଜଣେ ନେତାଙ୍କ ନିକଟରେ ଛାଡ଼ି ଦେଇଥିଲେ । ନେତା ଜଣକ ଯୁବତୀଙ୍କୁ କିଛି ଦିନ ଝାନ୍ସିରେ ରଖିଥିଲେ । ଏହା ପରେ ଯୁବତୀଙ୍କ ଇଚ୍ଛା ବିରୋଧରେ ମଧ୍ୟପ୍ରଦେଶର ଦତିଆର ଏକ ଗାଁରେ ଅନ୍ୟ କାହା ସହ ରହିବାକୁ ପଠାଇଥିଲେ । ସେଠାରେ ଯୁବତୀ ଜଣକ କୌଣସି ପ୍ରକାରରେ ନିଜ ପିତାଙ୍କୁ ଫୋନ୍ କରିବାରେ ସଫଳ ହୋଇଥିଲେ । ଏହା ପରେ ପୋଲିସର ସହାୟତାରେ ଯୁବତୀଙ୍କୁ ପଥରୀ ଗାଁରୁ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କୁ ଅପହରଣ, ଦୁଷ୍କର୍ମ ଓ ପରେ ବିକ୍ରି କରିବାର ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking