33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବରଯାତ୍ରୀ ବସ୍‌-ବାଇକ ଧକ୍କା : ୨ ମୃତ,୯ ଆହତ

ବରଯାତ୍ରୀ ବସ୍‌-ବାଇକ ଧକ୍କା : ୨ ମୃତ,୯ ଆହତ

ବରୱାନୀ : ମଧ୍ୟପ୍ରଦେଶର ବରୱାନୀ ଜିଲ୍ଲାରେ ଏକ ବରଯାତ୍ରୀ ବସ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବରୱାନୀର ଜୁଲବାନିୟା ଥାନା ଅନ୍ତର୍ଗତ ଖଣ୍ଡବା ବଡୋଦରା ମାର୍ଗରେ ହୋଇଥିବା ନେଇ ଖବର ମିଳିଛି । ମୃତକଙ୍କ ମଧ୍ୟରେ ବନବିଭାଗର ବନପାଳ ରହିଛନ୍ତି ବୋଲି ଜଣାପଡିଥିବା ବେଳେ ୯ ଜଣ ବରଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ, ବରଯାତ୍ରୀମାନେ ଆସୁଥିବା ବସଟି ଖରଗୋନ ଜିଲ୍ଲାର ବେଡିୟାର ବରୱାନୀ ଜିଲ୍ଲାରୁ ସିଲାବଦ ଫେରୁଥିଲା । ସେହି ସମୟରେ ମାଲବେଡୀ ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ବାଇକ ସହ ଧକ୍କା ହେବା ପରେ ବସ୍‌ଟି ଅନିୟନ୍ତ୍ରିତ କ୍ଷେତକୁ ଓଲଟି ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking