34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉଦୟପୁର: ଚଳନ୍ତା ବସରେ ଲାଗିଲା ନିଆଁ । ନେପାଳ ସୀମାରୁ ଉଦୟପୁରକୁ ଆସୁଥିଲା ଏସି ସ୍ଲିପର ବସ୍ । ଉଦୟପୁର ଜିଲ୍ଲା ସୁଖର ପୁଲିସ ଷ୍ଟେସନ ଅଧିନରେ ଥିବା ଆମ୍ବେରୀରେ ଘଟିଛି ଘଟଣା । ହଠାତ କୈାଣସି କାରଣରୁ ଚଳନ୍ତା ବସ୍ ରେ ନିଆଁ ଲାଗି ଯାଇଥିଲା । ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ବସ୍ ଟି ଆମ୍ବେରୀର କଲଭର୍ଟ ରେ ପହଁଚିବା ବେଳେ ଯାତ୍ରୀ ମାନେ ବସରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ତୁରନ୍ତ ବସ୍ ଡ୍ରାଇଭର ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଡ୍ରାଇଭର ରାସ୍ତା ପାଶ୍ୱର୍ରେ ବସ ଟି କୁ ପାର୍କିିଂ କରିଥିଲେ । ବସରେ ଥିବା ୮-୧୦ ଜଣ ଯାତ୍ରୀ ବସ୍ ରୁ ଓହ୍ଲାଇପଡିଥିଲେ । ତେବେ ନିଆଁ ଲାଗିବା ଫଳରେ ବସ୍ ର ଅଧିକାଂଶ ପାଉଁଶ ହୋଇ ଯାଇଥିଲା । ଯାତ୍ରୀ ମାନେ ସୁରକ୍ଷିତ ଭାବରେ ବସ୍ ରୁ ଓହ୍ଲାଇ ପଡିଥିଲେ । ଯାତ୍ରୀ ମାନଙ୍କର ଲଗେଜ୍ ବସ୍ ରେ ରହିଯାଇଥିଲା । ବସ୍ ରେ ଥିବା ସମସ୍ତ ଯାତ୍ରୀ ଉଦୟପୁରକୁ ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking