28.1 C
Bhubaneswar
Friday, April 26, 2024
Homeଓଡିଶାମୋ ସ୍ୱାମୀଙ୍କୁ ଟିକେ ଦେଖାଅ

ମୋ ସ୍ୱାମୀଙ୍କୁ ଟିକେ ଦେଖାଅ

ଗଞ୍ଜାମ : କରୋନା ଯୋଗୁଁ ସମାଜରେ ବିଭିନ୍ନ ପରିବର୍ତ୍ତନ ପରିଲକ୍ଷିତ ହେଉଛି । କେତେକ ସ୍ଥିତିରେ ମାନବିକତା ନିଜ ପରିଚୟ ହଜାଇ ଦେଇଛି । ଏଭଳି ଏକ ଘଟଣା ସୋମବାର ସ୍ଥାନୀୟ ବଡ ମେଡିକାଲ ପରିସରରେ ଦେଖିବାକୁ ମିଳିଛି । ନିଜ ମୃତ ସ୍ୱାମୀଙ୍କ ମରଶରୀରକୁ ଦେଖିବା ପାଇଁ ସ୍ତ୍ରୀକୁ ଲାଗିଯାଇଛି ଦୀର୍ଘ ୩ ଦିନ । କେତେବେଳେ ବାବୁ ମାନେ ଆସିବେ ଶବ ଗୃହର କବାଟ ଖୋଲି ଟିକେ ସ୍ୱାମୀଙ୍କ ମୁହଁ ଦେଖାଇବେ ବୋଲି ମାସକର ଶିଶୁକୁ ସଙ୍ଗରେ ଧରି ଅପେକ୍ଷା କରିଥିଲେ ଜଗନ୍ନାଥପ୍ରସାଦ ବ୍ଲକର ରଞ୍ଜି ଗୌଡ । ଗତ ୩ ଦିନ ହେଲା ନଖାଇ ନପିଇ ବଡ ମେଡିକାଲ ପରିସରରେ ପଡିରହିଥିଲେ । କେବଳ ରଞ୍ଜି ଗୌଡ ନୁହଁନ୍ତି, ଅନ୍ୟ ଗୋଟିଏ ପରିବାର ମଧ୍ୟ ନିଜ ଭାଇଙ୍କ ଶବକୁ ନେବାକୁ ଅପେକ୍ଷା କରି ରହିଥିଲେ । ହେଲେ ପ୍ରଶାସନ ପରସ୍ପର ମଧ୍ୟରେ ଦୋଷାରୋପ କରି ନୀରବ ରହିଥିଲା । ଫଳରେ ହଜିଯାଇଥିଲା ମାନବିକତା । ବାରମ୍ବାର କେବଳ ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଶବ ଦେଖିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଜଗନ୍ନାଥପ୍ରସାଦ ବ୍ଲକର ଜଣେ ମହିଳା ରଞ୍ଜି ଗୌଡ ଚଳିତ ମାସ ୧୨ ତାରିଖରେ ନିଜ ସ୍ୱାମୀଙ୍କ ଶ୍ୱାସ ରୋଗ ଦେଖାଇବା ପାଇଁ ବ୍ରହ୍ମପୁର ବଡମେଡିକାଲ ଆସିଥିଲେ । ସେ ମେଡିକାଲରେ ପହଁଚିବା ମାତ୍ରେ ଡାକ୍ତର ତାଙ୍କୁ କେଉଁଠାରୁ ଆସିଛ ବୋଲି ପଚାରିଥିଲେ । ମହିଳାଙ୍କ ସ୍ୱାମୀ ୨ ମାସ ହେଲା ସୁରଟରୁ ଫେରିଥିଲେ ବୋଲି କହିଥିଲେ । ମହିଳାଙ୍କ ସ୍ୱାମୀଙ୍କଠାରେ କରୋନା ସଂକ୍ରମଣ ଥିବା ସମ୍ଭାବନା ନେଇ ପରେ କାଳ ବିଳମ୍ବ ନ କରି ତାଙ୍କୁ ବ୍ରହ୍ମପୁର କୋଭିଡ୍ ହସପିଟାଲ୍‌କୁ ନିଆଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିିଥିଲା । ହେଲେ ଶନିବାର ଦିନ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଉକ୍ତ ମୃତ୍ୟୁ କରୋନା ଜନିତ ରୋଗରେ ନୁହେଁ ବରଂ ଅନ୍ୟ ରୋଗରେ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ଶନିବାର ଦିନ କିନ୍ତୁ ରଞ୍ଜି ଗୌଡ ନିଜ ସ୍ୱାମୀଙ୍କ ଶବକୁ ନେବା ପାଇଁ ବ୍ରହ୍ମପୁର ବଡମେଡିକାଲକୁ ଆସିଥିଲେ । ଶବ ଗୃହରେ ତାଙ୍କ ସ୍ୱାମୀଙ୍କ ଶବ ରଖାଯାଇଥିଲା । ଏହା ସତ୍ୱେ ରଞ୍ଜିଙ୍କୁ ତାଙ୍କ ସ୍ୱାମୀଙ୍କ ଶବ ଦେଖିବା ପାଇଁ ସୁଯୋଗ ଦିଆଯାଇନଥିଲା । ଦୀର୍ଘ ତିନିଦିନ କାଳ ରଞ୍ଜି ଏମିତି ଶବଗୃହ ନିକଟକୁ ଆସି ନିଜ ସ୍ୱାମୀର ମୃତଦେହକୁ ଦେଖିବାକୁ ଜଗି ବସୁଥିଲେ । ସୋମବାର ଦିନ ପୁଣି ଆସି ମୃତ ସ୍ୱାମୀର ମୁହଁ ନ ଦେଖିଲେ ସେ ଯିବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ । କ୍ୱାରେଣ୍ଟାଇନ୍ ହୋମରୁ କାହ୍ନୁଙ୍କ ଭାଇଙ୍କୁ ଅସୁସ୍ଥ ଅବସ୍ଥାରେ ଅଣାଯାଇଥିଲା । ଏମକେସିଜିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ କିପରି ହୋଇଛି ସେ ନେଇ ତାଙ୍କୁ କୌଣସିି ସୂଚନା ମଧ୍ୟ ଦିଆଯାଇନଥିବା କାହ୍ନୁ କହିଛନ୍ତି । ତାଙ୍କ ପରିବାର ମଧ୍ୟ ଏବେ ଦୁଇ ଦିନ ହେଲା ଶବ ଗୃହ ନିକଟରେ ଶବକୁ ନେବା ପାଇଁ ଆସିଥିବା ଅଭିଯୋଗ କରିଛନ୍ତି । ଏ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟା ଭାଉସାହେବଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ, ଉଭୟ ମୃତକ କରୋନା ନେଗେଟିଭ । ତୁରନ୍ତ ସେମାନଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଥିଲେ । ଏହାର କିଛି ସମୟ ପରେ ଶବ ଗୃହ ଖୋଲା ଯାଇଥିଲା । ୩ ଦିନ ଧରି ସ୍ୱାମୀଙ୍କ ମୁହଁ ଦେଖିବାକୁ ଜଗି ବସିଥିବା ମହିଳା ଶବ ଗୃହ ଭିତରକୁ ଯାଇ ତାଙ୍କ ସ୍ୱାମୀଙ୍କ ମୁହଁ ଦେଖି ନିଜ ଗ୍ରାମକୁ ଫେରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking