33.1 C
Bhubaneswar
Friday, April 26, 2024
Homeଓଡିଶାବିଦେଶରେ ସ୍ୱାମୀଙ୍କ ମୃତ୍ୟୁ : ଦୁଇ ଝିଅଙ୍କୁ ନେଇ କେମିତି ଚଳିବି

ବିଦେଶରେ ସ୍ୱାମୀଙ୍କ ମୃତ୍ୟୁ : ଦୁଇ ଝିଅଙ୍କୁ ନେଇ କେମିତି ଚଳିବି

ଭଞ୍ଜନଗର : କରୋନା ଉଜାଡ଼ିଦେଲା ସଂସାର ।ବିଦେଶରେ ସବମୀଙ୍କ ମୃତ୍ୟୁ । ଦୁଇ ଝିଅଙ୍କୁ ନେଇ କେମିତି ଚଳିବି କୋହ ଭରା କଣ୍ଠେୀ କହିଛନ୍ତି ଲିଲି । ସ୍ୱାମୀ ଚିତ୍ତରଞ୍ଜନ ସୁରଟରେ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପରିବାରକୁ ଶବ ମଧ୍ୟ ହସ୍ତାନ୍ତର ହୋଇପାରିଲା ନାହିଁ । ସାନ ଭାଇ ଗାଁ’ରେ ପ୍ରତିକାତ୍ମକ ଭାବେ ଶବ ସତ୍କାର କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଆସିକା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ । ଚିତ୍ତରଞ୍ଜନ ବେବର୍ତ୍ତାଙ୍କ ବୟସ ୪୭ ହୋଇଥିବାବେଳେ ସୁରଟ ଯାଇ କାମ କରି ଯେଉଁ ଦି’ ପଇସା ପାଉଥିଲେ ସେଥିରେ ତାଙ୍କର ଘର ଚଳିଯାଉଥିଲା । ଗାଁ’ରେ ଏବେ ବାପା ତ୍ରିଲୋଚନ ବେବର୍ତ୍ତା(୮୫) ଓ ମା’ରମା ବେବର୍ତ୍ତାଙ୍କୁ ଛାଡିଦେଲେ କେହି ନାହିଁ । ଦାରିଦ୍ର ଯୋଗୁଁ ବଡ଼ପୁଅ ଚିତ୍ତରଞ୍ଜନ ଗାଁ’ ଛାଡ଼ି ସୁରଟରେ ଦାଦନ ଖଟିବାକୁ ଯାଇଥିଲେ । ପତ୍ନୀ ଲିଲିଙ୍କ କାନ୍ଧରେ୨ ଝିଅଙ୍କ ଦାୟିତ୍ୱ । ୨ ଝିଅଙ୍କୁ ପାଠ ପଢାଇ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ପତ୍ନୀ ଲିଲି ଶାଶୂଘର ଖଣ୍ଡବନ୍ଧ ଗ୍ରାମ ଛାଡି ବେଲଗୁଣ୍ଠା ଗୋପୀନାଥ ସାହିରେ ବାପଘର ଲୋକଙ୍କ ସହ ଭଡ଼ାଘରେ ରହୁଥିଲେ । ବଡ଼ଝିଅ ପ୍ରିୟଙ୍କା ଏବେ ବେଲଗୁଣ୍ଠା କଲେଜରେ +୩ ଶେଷବର୍ଷ କଳାଛାତ୍ରୀ । ସାନଝିଅ ପାୟଲ ୯ମ ଶ୍ରେଣୀରେ ପଢୁଛି । ପ୍ରତିମାସରେ ସ୍ୱାମୀ ଚିତ୍ତରଞ୍ଜନ ଲିଲିଙ୍କ ପାଖକୁ ଟଙ୍କା ପଠାଉଥିଲେ । ଏଥିରେ ପରିବାର ପ୍ରତିପୋଷଣ ସହ ୨ ଝିଅଙ୍କ ପାଠପଢ଼ା ମଧ୍ୟ ସୁରୁୁଖୁରୁରେ ଚାଲିଥିଲା । ମେ’ ୪ ତାରିଖରେ ସୁରଟରେ ହଠାତ୍ ଚିତ୍ତରଞ୍ଜନଙ୍କୁ କାଶ ହେଲା । ତାଙ୍କ ଦେହରେ ପୂର୍ବରୁ ଆଜମା ରହିଥିଲା । କାଶ ନକମିବାରୁ ସେ ତୁରନ୍ତ ସୁରଟ ସିଭିଲ୍ ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱାବ୍ ଟେଷ୍ଟପରେ ତାଙ୍କ ଦେହରେ କରୋନା ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଥିଲା । ଏ ସମ୍ପର୍କରେ ସେ ପତ୍ନୀ ଲିଲିଙ୍କୁ ଫୋନରେ ଜଣାଇଥିଲେ । ସୁରଟ ସିଭିଲ କୋଭିଡ୍ ହସ୍ପିଟାଲରୁ ମେ’ ୧୪ ତାରିଖରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା । ପରେ ଶବକୁ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ସେଠାରେ କବର ଦିଆଯାଇଥିଲା । ଲିଲି ଏବେ ୨ ଝିଅଙ୍କୁ ଧରି ବେଲଗୁଣ୍ଠା ଗୋପୀନାଥ ସାହି ଭଡ଼ାଘରକୁ ଫେରିଛନ୍ତି । ତାଙ୍କ ପାଖରେ ରୋଜଗାରର କୌଣସି ପନ୍ଥା ନଥିବାରୁ ପିଲାଙ୍କ ପାଠ ପଢାସହ ପେଟ କେମିତି ପୋଷିବେ ସେ ନେଇ ଚିନ୍ତାରେ । ଏଭଳି ଦୁଃଖଦ ପରିସ୍ଥିତି ବେଳେ ତାଙ୍କୁ କେହି ଆହା ପଦେ କରିବାକୁ ଆସିନାହାନ୍ତି । ଓଲଟି ପ୍ରବାସରେ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ଅନେକ ନାକ ଟେକୁଛନ୍ତି । ଏବେ ସରକାରୀ ସହାୟତା ଅପେକ୍ଷାରେ ଲିଲି ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking