33.1 C
Bhubaneswar
Saturday, April 27, 2024
Homeଓଡିଶାମାର୍ଚ୍ଚ ୨୮ରୁ ପାଳନ ହେବ ସହରୀ ସମୃଦ୍ଧି ଉତ୍ସବ

ମାର୍ଚ୍ଚ ୨୮ରୁ ପାଳନ ହେବ ସହରୀ ସମୃଦ୍ଧି ଉତ୍ସବ

ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପୌରାଞ୍ଚଳରେ ସମୃଦ୍ଧି ଉତ୍ସବ ପାଳନ କରାଯିବ ।
ସହରାଞ୍ଚଳରେ ଥିବା ଗରିବ ଲୋକ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟାଙ୍କ ଆର୍ଥିକ ବିକାଶ ଲାଗି ଏହି କାର୍ଯ୍ୟକ୍ରମ
ଅନୁଷ୍ଠିତ ହେବ । ଏଥିଲାଗି ଆଜି ରାଜ୍ୟ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ସୁଡା) ଦପ୍ତରରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ
ହୋଇଯାଇଛି । ଏଥିରେ ସମୃଦ୍ଧି ଉତ୍ସବ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ ଯୋଜନା ଆରମ୍ଭ ହେବାକୁ ୪ଟି
ପୌରସଂସ୍ଥା କଟକ, ସମ୍ବଲପୁର, ରାଉରକେଲା ଓ ପୁରୀର ଗୋଷ୍ଠି ସଂଗଠକ ଓ ସହରାଞ୍ଚଳ ମିଶନ ପରିଚାଳନା ୟୁନିଟ୍‍ (ସିଏମ୍‍ଏମ୍‍ୟୁ)
ର ପରିଚାଳକମାନଙ୍କୁ ସଚେତନ କରାଯାଇଥିଲା ।
ବୈଠକରେ ପୌର ପ୍ରଶାସକ ସଂଗ୍ରାମଜିତ୍‍ ନାୟକ ଓ ସୁଡାର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପଣ୍ଡା ଉପସ୍ଥିତ ରହି ସହରାଞ୍ଚଳରେ
ଲୋକଙ୍କ ଆର୍ଥିକ ବିକାଶ ସହିତ ଯେଭଳି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଯୋଜନା ଗୁଡିକ ସଫଳତାର ସହିତ କାର୍ଯ୍ୟକାରୀ ହେବ
ସେ ସଂକ୍ରାନ୍ତରେ ଗୋଷ୍ଠି ସଂଗଠକ ଓ ପରିଚାଳକମାନଙ୍କୁ ପରାମର୍ଶ ଦେଇଥିଲେ । ପୌର ପ୍ରଶାସକ ଶ୍ରୀ ନାୟକ ସ୍ୱଚ୍ଛ ଭାରତ ମିଶନ
ଯୋଜନାରେ ନିୟୋଜିତ ସ୍ୱଚ୍ଛ ସାଥୀ ଓ ଗୋଷ୍ଠି ଭିତ୍ତିକ ଜଳ ପରିଚାଳନା ପାଇଁ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନଙ୍କୁ ଜଳସାଥି
ଭାବେ ମୁତୟନ କରାଯାଇଥିବା ସଂକ୍ରାନ୍ତରେ ସୂଚନା ଦେବା ସହିତ ଏହା ଏବେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ ।
ଏପରିକି କେନ୍ଦ୍ର ସରକାର ବର୍ତ୍ତମାନ ଏହି ଜଳସାଥି ଯୋଜନାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବାଲାଗି ବିଚାର କରୁଥିବା ସେ
ଦର୍ଶାଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ପୌର ପ୍ରଶାସକ ଜଳସାଥି ଯୋଜନାରେ ସାମିଲ ହୋଇ ସମଗ୍ର
ରାଜ୍ୟରେ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସକାଶେ ଉତ୍ସାହିତ କରିଥିଲେ । ପାଣି ପାଇପ୍‍ ମରାମତି (ପ୍ଲମ୍ବରିଂ) କ୍ଷେତ୍ରରେ
ନିଯୁକ୍ତିର ବ୍ୟାପକ ସୁଯୋଗ ଥିବାରୁ ସହରାଞ୍ଚଳରେ ଥିବା ବେକାର ଯୁବକ ଯୁବତୀ ଏପରିକି ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ
ତାଲିମ ପ୍ରଦାନ କରି ରୋଜଗାର ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ଏହି ଅବସରରେ ସୁଡାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ପଣ୍ଡା
ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଆହାର ଯୋଜନା ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ ଏହା କିପରି ଅଧିକ ସୁବ୍ୟବସ୍ଥିତ
ହୋଇପାରିବ ସେଥିଲାଗି ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking