ଭୁବନେଶ୍ୱର: ଆଜି ଓଡିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର କରି ଆସିଛନ୍ତି ବିଧାନସଭା ମହାମହିମ ଦ୍ରୌପଦୀ ମୁର୍ମୁ । ୨୦୦୦ରୁ ୨୦୦୯ ଯାଏ ଥିଲେ ବିଧାୟକ । ରାଇରଙ୍ଗପୁରରୁ ୨ ଥର ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିଲେ । ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ପରିବହନ ମନ୍ତ୍ରୀ ଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିଲେ । ୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ୨୦୧୫ରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ ।










