28.3 C
Bhubaneswar
Thursday, June 18, 2026
Homeଓଡିଶା୨ ବର୍ଷରେ ୩୬ କୋଟି ୨୪ ଲକ୍ଷ ୧୭ ହଜାର ୮୭୬ ବ୍ୟୟରେ କରନାଳୀ ନିର୍ମାଣ:...

୨ ବର୍ଷରେ ୩୬ କୋଟି ୨୪ ଲକ୍ଷ ୧୭ ହଜାର ୮୭୬ ବ୍ୟୟରେ କରନାଳୀ ନିର୍ମାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା ।  ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ପ୍ରଶ୍ନକାଳରେ  ସିଏଡିଏ ମାଧ୍ୟମରେ କେନାଲର ଉନ୍ନତି କରଣ ଉପରେ  ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ,  ରାଜ୍ୟରେ ବିଗତ ୨ ବର୍ଷ ଠାରୁ ଆଦ୍ୟାବଧି ସିଏଡିଏରେ ରାଜ୍ୟ ରାଜ୍ୟର କେଉଁ କେୁଁ ଜିଲ୍ଲାର କେଉଁ ମୁଖ୍ୟ କେନାଲ ଓଓ ସାଖା କେନାଲ ଗୁଡିକ ନିର୍ମାଣ କରି କେତେ ଚାଷୀଙ୍କୁ ଜମିକୁ ଜଳ ଯୋଗାଇବାରେ ସହାୟକ ହୋଇଛି ? କଟକ ଜିଲ୍ଲାରେ କେଉଁ କାର୍ଯ୍ୟ ଗୁଡିକ  ସିଏଡିଏ ମାଧ୍ୟମରେ କେଉଁଠାରେ କେତେ ଅର୍ଥ  ବ୍ୟୟରେ କେୁଁ କେନାଲ କାର୍ଯ୍ୟଗୁଡିକ ଚାଲୁରହିଛି ଏବଂ କେଉଁଠାରେ ଠିକାଦାରମାନେ କିପରି ସେହି କାର୍ଯ୍ୟ କରିବା ପାଇଁ ଚୟନ ହୋଇଛନ୍ତି?

ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ସିଏଡି ମାଧ୍ୟମରେ କୌଣସି ମୁଖ୍ୟ କେନାଲ ଓ ଶାଖା କେନାଲଗୁଡିକ ନିର୍ମାଣ ବା କେନାଲଗୁଡିକର ଉନ୍ନତିକରଣ କରିବାର ବ୍ୟବସ୍ଥା ନାହିଁ ।  ଏହି (ସେଚାଞ୍ଚଳ)ଯୋଜନା ମାଧ୍ୟମରେ କୃଷକମାନଙ୍କ ଜମିରେ  କେନାଲ ସୋଠ ଠାରୁ କରନାଳୀ ନିର୍ମାଣ କରାଯାଇ ସେଚ ଜଳର ସୁଷମ ବଣ୍ଟନ କରାଯାଇଥାଏ । କଟକ ଜିଲ୍ଲାରେ ସେଚାଞ୍ଚଳ ଉନ୍ନୟନ ଯୋଜନାରେ  ସେଚାଞ୍ଚଳ ଉନ୍ନୟନ ବିଭାଜନ କଟକ ଓ ଭୁବନେଶ୍ୱର ମାଧ୍ୟମରେ ୨୦୨୩-୨୪, ୨୦୨୪-୨୫,୨୦୨୫-୨୨୬ ଆର୍ଥିକ ବର୍ଷରେ ୩୬ କୋଟି ୨୪ ଲକ୍ଷ ୧୭ ହଜାର ୮୭୬ ବ୍ୟୟରେ କରନାଳୀ ନିର୍ମାଣ ଓ ପୁନନିର୍ମାଣ କାର୍ଯ୍ୟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking