28.1 C
Bhubaneswar
Friday, April 26, 2024
Homeଅପରାଧଟମକା ପୋଲିସର ବଡ ସଫଳତା, ୪ ଡକାୟତ ଗିରଫ

ଟମକା ପୋଲିସର ବଡ ସଫଳତା, ୪ ଡକାୟତ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅଧିନସ୍ଥ ଟମକା ଥାନା ନିକଟସ୍ଥ ଛକରୁ ଆଜି ୪ ଜଣ ଯୁବକ ସନାତନ ମହାନ୍ତିଙ୍କ ବ୍ୟାଗ ଛଡାଇ ପଳାଉଥିଲେ । ସୂଚନା ପାଇ ଟମକା ପୋଲିସ ଡକାୟତ ମାନଙ୍କ ପିଛା କରିଥିଲେ। ଉକ୍ତ ଡକାୟତମାନଙ୍କୁ ଶାଳୀଜଙ୍ଘା ଗ୍ରାମବାସୀମାନେ ଟମକା ପୋଲିସକୁ ଧରିବାରେ ସାହାର୍ଯ୍ୟ କରିଥିଲେ । ଆଜି ସକାଳ 8ଟା ସମୟରେ ଯାଜପୁର ଜିଲ୍ଲାର ଟମକା ଛକରେ ସନାତନ ମହାନ୍ତି ନାମକ ଜଣେ ବ୍ୟକ୍ତି ଦୋକାନରୁ ଜଳଖିଆ ଖାଉଥିବା ସମୟରେ ୪ଜଣ ଡକାୟତ ୨ଟି ନମ୍ବର ବିହୀନ ବାଇକ ଦ୍ୱାରା ଆସି ତାଙ୍କ ଗାଡ଼ିରୁ ତାଙ୍କ ହ୍ୟାଣ୍ଡବ୍ୟଗ ଛଡ଼େଈ ନେଇ ଯାଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ହୋହାଲା କରିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ସୂଚନା ପାଇ ଟମକା ପୋଲିସ ଉକ୍ତ ଚାରିଜଣ ଡକାୟତଙ୍କ ପିଛା କରିଥିଲା । ଉକ୍ତ ଡକାୟତଂକୁ ଶାଳୀଜଙ୍ଘା ଗ୍ରାମର ଲୋକମାନେ ପୋଲିସଙ୍କୁ ପୂର୍ଣ୍ଣ ସହଯୋଗ କରି ଗିରଫ କରାଇଥିଲେ । ସନାତନଙ୍କ ବ୍ୟାଗରେ ପାଖାପାଖି ୬୦ହଜାର ଟଙ୍କାର ଚାଲାଣ ଓ କିଛି ଜରୁରୀ କାଗଜପତ୍ର ଥିଲା । ଏଥିନେଇ ସନାତନ ସଙ୍ଗେ ସଙ୍ଗେ ଟମକା ଥାନାରେ ଲିଖିତ ଏତେଲା ମଧ୍ୟ ଦେଇଥିଲେ। ଦୁଇ ଜଣ ଡକାୟତଙ୍କ ନାମ ଆଲୁ ରାଜକୁମାର କୁମାରହାଲୁ ଏବଂ ଆଉ ଦୁଇଜଣ ନାବାଳକ ହେଇଥିବାରୁ ପୋଲିସ ତାଙ୍କ ନା ଗୁପ୍ତ ରଖିଛି । ଏତଲା ଅନୁଯାୟୀ ଆସାମୀ ମାନଙ୍କ ନାମରେ କେସ ନମ୍ବର 74/20ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking