28.1 C
Bhubaneswar
Saturday, April 20, 2024
Homeଅପରାଧସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ବାଲେଶ୍ୱର: ସ୍ୱାମୀଙ୍କ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ। ସ୍ୱାମୀକୁ ମାଡ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ଲୁଟପାଟ ଅଭିଯୋଗ ହୋଇଛି। ୩ ଜଣ ୧୦ ହଜାର ଲୁଟିଥିବା ବେଳେ ଆଉ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ସମସ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନା ମୁତାବକ, ସୋମବାର ରାତିରେ ଏହି ଘଟଣା ଘଟିଥିଲା। ଲୁଟ୍‌ କରିବା ଉଦ୍ଧେଶ୍ୟରେ ୬ ଜଣ ଅଭିଯୁକ୍ତ ପୀଡିତାଙ୍କ ଘର ପାଖକୁ ଯାଇଥିଲେ। ତେବେ ଘରେ ପସିବା ପରେ ଏହି ଅଭିଯୁକ୍ତମାନେ ତାଙ୍କ ସ୍ୱାମୀଙ୍କୁ ଧାରୁଆ ଅସ୍ତ୍ର ଧରି ମାରପିଟ୍‌ କରିବା ସହ ତାଙ୍କ ଆଗରେ ହିଁ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ଦମ୍ପତିଙ୍କ ଠାରୁ ୧୦ ହଜାର ଟଙ୍କା ଲୁଟ୍‌ କରି ନେଇଥିଲେ।

ଆଜି ପୁଲିସ ଏହି ମାମଲରେ ୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦେବେନ୍ଦ୍ର ସିଂହ ଓ ବାପୁନ ସିଂହ ହୋଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପୁଲିସ ସେମାନଙ୍କ ଡାକ୍ତରୀ ମଇନା ପାଇଁ ପଠାଇଛି। ତେବେ ଅନ୍ୟ ୪ ଜଣ ଅଭିଯୁକ୍ତ ଲୁଟ୍‌ ଆଉ ଦୁଷ୍କର୍ମ ଘଟାଇବାରେ ଏହି ଦୁଇ ଜଣଙ୍କ ସହଯୋଗ କରିଥିଲେ ବୋଲି ପୁଲିସ କହିଛି। ସେପଟେ ପୀଡିତା ମହିଳାଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ପୁଲିସ ତଦନ୍ତ ଜାରି ରଖିଛି।

ଭାରତର ଏକ ନିଆରା ଗାଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking