29.1 C
Bhubaneswar
Saturday, April 20, 2024
Homeମନୋରଞ୍ଜନପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଅମିଷା

ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଅମିଷା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଓ ବଲିଉଡ ଷ୍ଟାର୍‌। ନୂଆ ସଂସାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଗଦର୍‌ ଫେମ୍‌ ଅଭିନେତ୍ରୀ ଅମିଷା ପଟେଲ। ୪୬ ବର୍ଷ ଯାଏଁ ସିଙ୍ଗିଲ୍‌ ରହିବା ପରେ ଏବେ ବିବାହ କରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମିଷା। ତେବେ ସେ କୌଣସି ବଲିଉଡ ଷ୍ଟାର୍‌ଙ୍କୁ ନୁହେଁ ପାକିସ୍ତାନୀ ଅଭିନେତାଙ୍କୁ ସେ ନିଜ ମନ ଦେଇଛନ୍ତି। ସେ ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍‌ ଅବ୍ଦାସ୍‌ଙ୍କୁ ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି।

ନିକଟରେ ଅମିଷା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ଅମିଷା ଇମ୍ରାନ ଅବ୍ବାସଙ୍କ ସହ ଏକ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ସେ ୨୦୦୨ରେ ରିଲିଜ ହୋଇଥିବା ତାଙ୍କର ନିଜର ଫିଲ୍ମ ‘କ୍ରାନ୍ତି’ର ‘ମୋହବତ୍ ୟେ ନେହିଁ ତୋ କୟା ହୈ’ ଗୀତରେ ଲିପସିଂ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଶେୟାର କରି ଅମିଷା କ୍ୟାପସନରେ ଲେଖିଛନ୍ତି, ‘ମୋର ସୁପରଷ୍ଟାର ବନ୍ଧୁ ଇମ୍ରାନ ଅବ୍ବାସଙ୍କ ସହ ଗତ ସପ୍ତାହରେ ବାହାରିନରେ ମସ୍ତି… ମୋର ଏବଂ ବବି ଦେଓଲଙ୍କ ଚଳଚ୍ଚିତ୍ର ‘କ୍ରାନ୍ତି’ର ଏହି ଗୀତ ମୋର ଏବଂ ଇମ୍ରାନଙ୍କ ପ୍ରିୟ ଗୀତ ମଧ୍ୟରୁ ଅନ୍ୟତମ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking