38.1 C
Bhubaneswar
Friday, April 26, 2024
Homeଓଡିଶାକଂଗ୍ରେସକୁ ଝଟକା , ପୃର୍ବତନ ପିସିସି କୋଷାଧକ୍ଷ ଛାଡିଲେ କଂଗ୍ରେସ ହାତ

କଂଗ୍ରେସକୁ ଝଟକା , ପୃର୍ବତନ ପିସିସି କୋଷାଧକ୍ଷ ଛାଡିଲେ କଂଗ୍ରେସ ହାତ

ଯାଜପୁର  : ଯାଜପୁର ଜିଲ୍ଲାରେ କଂଗ୍ରେସ ର ସ୍ଥିତି ଦିନକୁ ଦିନ ନେତୃତ୍ୱର ଅଭାବ ଯୋଗୁ ଦୃର୍ବଳ ହୋଇ ପଡୁଛି ।  କଂଗ୍ରେସକୁ ପଛରେ ପକାଇ ବିଜେପି ବିଜେଡ଼ିର ବିକଳ୍ପ ହେବାକୁ ପ୍ରୟାସ ଜାରି କରୁଛି । ବ୍ୟାସନଗର ଵା ଯାଜପୁର ରୋଡରେ କଂଗ୍ରେସର ତିଷ୍ଠି ଭଲ ଥିଲା ବିଜେଡ଼ିକୁ କଂଗ୍ରେସ ଟକର ଦେଉଥିଲା । ଏବେ କଂଗ୍ରେସ ର ଟାଣୁଆ ଓ ଲୋକପ୍ରିୟ ନେତା ପୌର ପରିଷଦ ପୂର୍ବତନ ନଗରପାଳ ତଥା ପୂର୍ବ ତନ ପିସିସି କୋଷାଧକ୍ଷ ରସାନନ୍ଦ ମହାନ୍ତି କଂଗ୍ରେସ ହାତ ଛାଡି ଦେଇଛନ୍ତି । ଓ ଶ୍ରୀ ମହାନ୍ତି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟ କୁ ପଠାଇ ଦେଇ ଛନ୍ତି । କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ କଂଗ୍ରେସ ଦଳ ଛାଡି ଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲେଖ କରିଛନ୍ତି ।  ତେଣୁ କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରିଛନ୍ତି ।  ଖୁବୁ ଶୀଘ୍ର ବିଜେଡ଼ିରେ ଯୋଗ ଦେଉ ଥିବାରୁ ବିଶେଷ ସୂତ୍ର ଜଣା ପଡିଛି ।  ବିଜେଡ଼ିର ହେବିଉଟେ ନେତାଙ୍କ ସହ ଓ ସ୍ଥାନୀୟ ବିଧାୟକ ସହ ଆଲୋଚନା ସରି ଯାଇଛି ।  ଶ୍ରୀ ମହାନ୍ତି ଦଳ ଛାଡିଥିବାରୁ କଂଗ୍ରେସକୁ ଶକ୍ତ ଝଟକା ହୋଇଛି ।  କଂଗ୍ରେସ ଦଳ ଗୁପ୍ତବୈଠକ କରୁଛି କଂଗ୍ରେସ ଦଳକୁ ଆଉ ଛାଡି ନ ଯିବା ପାଇଁ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରୁଥିବାର ଖବର ମାନ ମିଳୁଛି ଆଗକୁ ଆସୁଛି ପୌର ନିର୍ବାଚନ ଏହି ସମୟ ରେ କଂଗ୍ରେସର ଟାଣୁଆ ନେତା ଶ୍ରୀ ମହାନ୍ତି ଦଳର ହାତ ଛାଡିବା ଦ୍ୱାରା କଂଗ୍ରେସ ଦଳ ପ୍ରତି ମାହାଙ୍ଗା ପଡି ପାରେ ବୋଲି ରାଜ ନୈତିକ ପ୍ରାର‌୍ୟ୍ୟବେକ୍ଷକ ମାନେ ଆକଳନ କରୁଛନ୍ତି ।  ଶ୍ରୀ ମହାନ୍ତିଙ୍କ ସହ କେତେ କଂଗ୍ରେସ କର୍ମୀ ଯାଉଛନ୍ତି ଦେଖିବାର ଅଛି। କଂଗ୍ରେସ ର ଅଣସଂଗଠିତ ଓ ଆଏନଟିଉସି ଅନ୍ଧୋଲନ ଯୋଗୁ କଂଗ୍ରେସ ଦଳ ବଂଚିଛି ।  କୋରାଇନିର୍ବାଚ ମଣ୍ଡଳୀ ତଥା ବ୍ୟାସନଗର ମୁନିସିପାଲିଟି ରେ ବହୁ ଈସୁ ରହିଛି ।  ବ୍ଲକ ଓ ମୁନିସିପାଲିଟି ରେ ସମସ୍ୟା ରହିଛି ଓ ଦୃର୍ନୀତି ଘୋଟଲା ପ୍ରସଙ୍ଗ କୁ ସ୍ୱର ଉଠାଇ ବାରେ କଂଗ୍ରେସ ଦଳ ଏଯାଏ ଆଖି ଦୃଶିଆ ଭଳି ବିରୋଧ କରିବାରେ ସଫଳ ହୋଇ ପାରି ନାହିଁ ।  ଏହି ନିର୍ବାଚନ ମଣ୍ଡଳୀରେ ଜାତୀୟ ସ୍ତରୀୟ ନେତା ଥିଲେ ମଧ୍ୟ କଂଗ୍ରେସକୁ ଠିକି ଭାବରେ ପରିଚାଳନା କରିପାରି ନଥିବାରୁ କଂଗ୍ରେସ କର୍ମୀ ସାହା ଭରସା ନ ପାଇ ବିଜେଡ଼ି ଓ ବିଜେପି ପ୍ରତି ମୁଁହ ବୁଲାଉଛନ୍ତି । ଠିକି ସେ ଭଳି ସମଗ୍ର ଯାଜପୁର ଜିଲ୍ଲାରେ ରାଜ୍ୟ ଓ ଜାତୀୟ ସ୍ତରୀୟ ନେତା ଥାଇ ମଧ୍ୟ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ପ୍ରୟାସ ନକରିବା ଦ୍ୱରା କଂଗ୍ରେସ କର୍ମୀସାହା ଭରସା ନପାଇ ବାଧ୍ୟ ହୋଇ ବିଜେଡ଼ି ଓ ବିଜେପିରେ ଯୋଗ ଦେଉଛନ୍ତି ।  ବିଶେଷ କରି ସୁକିନ୍ଦା ବରୀ ଓ ବିଂଝାରପୁର ପ୍ରଭୁତି ରେ କଂଗ୍ରେସ କର୍ମୀ ନେତା ବିଜେଡ଼ି ଓ ବିଜେପି ରେ ଯୋଗ ଦେଉଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking