29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପୁଟିନ୍ ସମାଲୋଚକଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର: ଫିଲ୍ମ ‘ନଭାଲନି’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର...

ପୁଟିନ୍ ସମାଲୋଚକଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର: ଫିଲ୍ମ ‘ନଭାଲନି’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର କାଟାଗୋରିରେ ପୁରସ୍କାର

ନୂଆଦିଲ୍ଲୀ:ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତୀବ୍ର ବିରୋଧୀ ନଭାଲ୍ନିଙ୍କ ଉପରେ ନିର୍ମାଣ ଫିଲ୍ମକୁ ମିଳିଲା ଓସ୍କାର ଆୱାର୍ଡ । ରୁଷ ରାଷ୍ଟ୍ରପତିଙ୍କ ସମାଲୋଚକ ୪୬ବର୍ଷୀୟ ଆଲେକ୍ସି ନଭାଲ୍ନିଙ୍କ ଉପରେ ନିର୍ମାଣ ଫିଲ୍ମ ‘ନଭାଲ୍ନି’କୁ ଶ୍ରେଷ୍ଠ ଡକ୍ୟୁମେଂଟାରୀ ଫିଚର କ୍ୟାଟେଗୋରୀରେ ଓସ୍କାର ହାସଲ କରିଛି । ଏହାର ନିର୍ଦ୍ଦେଶକ ଡାନିଏଲ ରୋହର ଓ ନଭଲ୍ନିଙ୍କ ସ୍ତ୍ରୀ ୟୁଲିଆ ନଭଲନୟା ଓସ୍କାର ଆୱାର୍ଡ ଗ୍ରହଣ କରିଛନ୍ତି । ଏହି ସମୟରେ ୟୁଲିଆ ଭାବୁକ ହୋଇ କହିଥିଲେ, ନଭଲ୍ନି ସତ ଏବଂ ଗଣତନ୍ତ୍ରକୁ ବଂଚାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କୁ ଜେଲରେ ଭର୍ତି କରାଯାଇଛି । କେବେ ତାଙ୍କ ଦେଶ ସ୍ୱାଧୀନ ହେବ ସେହି ଦିନକୁ ସେ ଅପେକ୍ଷା କରିଛନ୍ତି ବୋଲି ୟୁଲିଆ କହିଛନ୍ତି । ଆଲେକ୍ସି ନଭଲ୍ନି ହେଉଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତୀବ୍ର ସମାଲୋଚକ । ଏପରିକି ଏଥିପାଇଁ ତାଙ୍କୁ ହତ୍ୟା କରିବାକୁ ବି ରୁଷିଆ ସରକାର ଉଦ୍ୟମ କରିଥିଲେ ବୋଲି କୁହାଯାଏ । ଏବେ ଦୁଇ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି ।
ପୁଟିନ ବିରୋଧୀଙ୍କୁ ଓସ୍କାର
– ପୁଟିନଙ୍କ ସମାଲୋଚକ ଆଲେକ୍ସି ନଭଲ୍ନିଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ
– ଫିଲ୍ମ ‘ନଭଲ୍ନି’କୁ ମିଳିଛି ଓସ୍କାର
– ଶ୍ରେଷ୍ଠ ଡକ୍ୟୁମେଂଟାରୀ ଫିଚର କ୍ୟାଟେଗୋରୀରେ ଓସ୍କାର
– ନିର୍ଦ୍ଦେଶକ ଡାନିଏଲ ରୋହର ଓ ନଭଲ୍ନିଙ୍କ ସ୍ତ୍ରୀ ୟୁଲିଆ ନଭଲନୟା ପୁରସ୍କାର ଗ୍ରହଣ କଲେ
– ଆମେରିକୀୟ କମ୍ପାନୀ ସିଏନ୍ଏନ୍ ଓ ଏଚ୍ବିଓ ମିଳିତ ଭାବେ ଏହି ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଛନ୍ତି
– ସାଇବେରିଆରେ ନଭଲ୍ନିଙ୍କ ବିଷ ଦିଆଯିବା ସହ ରୁଷରେ ତାଙ୍କ ଗିରଫ କରାଯିବାର କାହାଣୀ
– ନଭଲ୍ନି ରୁଷରେ ଗଣତନ୍ତ୍ର ଆଣିବା ଓ ପୁଟିନ ବିରୋଧରେ ସ୍ୱର ଉତ୍ତୋଳନର କାହାଣୀ
– ତାଙ୍କ ଉପରେ କରାଯାଇଥିବା ଅତ୍ୟାଚାର ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ
– ୨୦୨୦ ଅଗଷ୍ଟରେ ସାଇବେରିଆରେ ନଭଲ୍ନିଙ୍କୁ ମାରିବାକୁ ଷଡଯନ୍ତ୍ର
– ସାଇବେରିଆରେ ନଭଲ୍ନିଙ୍କ ଖାଦ୍ୟରେ ବିଷ ଦିଆଯାଇଥିଲା
– ରୁଷିଆ ସରକାର ଏପରି କରିଥିବା କୁହାଯାଏ
– ନଭଲ୍ନିଙ୍କୁ ଜର୍ମାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା
– ୨୦୨୧ରେ ରୁଷ ଫେରିବା ପରେ ତାଙ୍କୁ ଗିରଫ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking