ଫୌଜି ଗେମ୍ ଲଞ୍ଚ୍‌

ନୂଆଦିଲ୍ଲୀ: ଫୌ ଜି ଗେମ ଲଂଚ ହୋଇସାରିଛି । ଗୁଗୁଲ ପ୍ଲେ ଷ୍ଟୋରରୁ ଆପଣ ନ୍ଖକ୍ସ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଡାଉନଲୋଡ କରିପାରିବେ । ତାହେଲେ ଚାଲନ୍ତୁ ଜାଣିବା ଏହି ଗେମ୍ ପ୍ଲେ ରେ କଣ ଖାସ ରହିଛି । ଯେଉଁମାନେ ପ୍ରି ରେଜିଷ୍ଟ୍ରେସନ କରିଛନ୍ତି, ସେମାନଙ୍କ ପାଇଁ ଏହା ଉପଲବ୍ଧ ରହିଛି । ପ୍ରଥମେ ଫୌଜି ଓପନ ହେବା ମାତ୍ରେ ଆପଣଙ୍କୁ ନିଜ ନାମ ଏଣ୍ଟର କରିବାକୁ ପଡିବ । ପରେ ଗେଷ୍ଟଙ୍କ ନାମ ମଧ୍ୟ ଲେଖିପାରିବେ । ସମୁଦାୟ ରୂପରେ ତିନୋଟି ଗେମ ପ୍ଲେ ମୋଡସ ରହିଛି । ଦୁଇଟି ଆଗକୁ ଆସୁଥିବା ବେଳେ ବର୍ତମାନ ପାଇଁ ଆପଣ କେବଳ ଗୋଟିଏ ମୋଡରେ ଏହାକୁ ଖେଳିପାରିବେ । ୩ ମୋଡରେ କ୍ୟାମ୍ପେନ, ଟିମ ଡେଥମ୍ୟାଚ ଓ ଫ୍ରି ଫର ଅଲ ରହିଛି । ଏମାନଙ୍କ ଭିତରୁ କେବଳ କ୍ୟାମ୍ପେନ ମୋଡ ହିଁ ଉପଲବ୍ଧ ରହିଛି । ଗେମ ଆରମ୍ଭ ହେବା ମାତ୍ରେ ଆପଣଙ୍କୁ ଟ୍ୟୁଟୋରିଆଲ ଦିଆଯିବ ଓ ଏହାପରେ ଗେମ ଆରମ୍ଭ ହେବ । ଏହି ଗେମ କଣ୍ଟ୍ରୋଲ ପବଜି ସହ ପ୍ରାୟ ସମାନ । ଆରମ୍ଭରୁ କୌଣସିପ୍ରକାର ଅସ୍ତ୍ରଶସ୍ତ୍ର ମିଳିବ ନାହିଁ । କେବଳ ହାତରେ ହିଁ ଆପଣଙ୍କୁ ଲଢେଇ କରିବାର ଅଛି । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ କ୍ୟାଚି ହୋଇଥିବା ବେଳେ ଗ୍ରାଫିକ୍ସ ମଧ୍ୟ ଭଲ ରହିଛି । ମାତ୍ର ଗ୍ରାଫିକ୍ସ ପବଜି ଓ କଲ ଅଫ ଡ୍ୟୁଟି ଲେବଲ ମିଳିବ ନାହିଁ । ଯେମିତି ଭାବରେ ଆପଣ ଲେବଲ କ୍ରସ କରିବେ ଗେମ ସେଭ ହୋଇଯିବ । ଅର୍ଥାତ ଯଦି ଆପଣ ଗେମ ବନ୍ଦ କରି ପୁଣି ଓପନ କରିବେ ତେବେ ଗେମ ପ୍ଲେ ସେଭଡ ରହିବ । ବାରମ୍ବାର ଆରମ୍ଭରୁ ଖେଳିବାର ଆବଶ୍ୟକତା ନାହିଁ । ଗେମ ସାଇଜ କମ୍ ହେବା କାରଣରୁ ଲୋଡ ହେବା ପାଇଁ ଅଧିକ ସମୟ ନିଏ ନାହିଁ । ଆଉ ଏହା ଜଲଦି ଏପନ ହୋଇଯାଏ । ସେଟିଙ୍ଗସ ଯାଇ ଆପଣ ଗ୍ରାଫିକ୍ସ ବଢାଇପାରିବେ । ଏଠାରେ ଆପଣଙ୍କୁ ଏକ ଟାଇମ ଲିମିଟ ମିଳେ । ଆଉ ୟା ଭିତରେ ଆପଣଙ୍କୁ ଖେଳ ଶେଷ କରିବାକୁ ହୋଇଥାଏ ।

LEAVE A REPLY

Please enter your comment!
Please enter your name here