40.1 C
Bhubaneswar
Saturday, April 27, 2024
Homeଅପରାଧବିଶ୍ୱାସରେ ବିଷ ଦେଲା ବାପାଙ୍କ ସାଙ୍ଗ; ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା

ବିଶ୍ୱାସରେ ବିଷ ଦେଲା ବାପାଙ୍କ ସାଙ୍ଗ; ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା

ଲକ୍ଷ୍ନୌ: ବିଶ୍ୱାସରେ ବିଷ ଦେଲା ସାଙ୍ଗ । ସାଙ୍ଗ ବୋଲି ଡାକି ନିଜ ସାଙ୍ଗର ୧୪ ବର୍ଷର ଝିଅକୁ ହିଁ ଦୁଷ୍କର୍ମ କରୁଥିଲା । ଆଉ ଝିଅଟି ଗର୍ଭବତୀ ହେଲା ପରେ ସାମ୍ନାକୁ ଆସିଲା ସାଙ୍ଗର ଅସଲ ଚେହେରା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଆଗ୍ରାରେ । ଏଠାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତି ନିଜ ସାଙ୍ଗର ନାବାଳିକା ଝିଅକୁ ୬ ମାସ ଧରି ଦୁଷ୍କର୍ମ କରୁଥିଲା । ଅଥଚ ପରିବାର ଲୋକେ ଏ ବିଷୟରେ କିଛି ଜାଣିପାରି ନଥିଲେ । ଏବେ ଝିଅ ଗର୍ଭବତୀ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଆଗ୍ରା ଜିଲ୍ଲାର ଖନ୍ଦୌଲି ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ପୀଡିତାଙ୍କ ବାପା ପୋଲିସ ଆଗରେ କହିଛନ୍ତି, ସେ ଅନ୍ୟ ଗାଁକୁ ମୂଲ ମଜୁରୀ ଲାଗିବାକୁ ଯାଆନ୍ତି । ତାଙ୍କ ସହ ଗାଁର ୩୬ ବର୍ଷୀୟ ମହିପାଲ ମଧ୍ୟ ମଜୁରୀ ଲାଗେ ।

ସେଇଠୁ ଦୁହେଁ ଭଲ ସାଙ୍ଗ ହୋଇଥିଲେ । ଅନେକ ସମୟରେ ମହିପାଲ ତାଙ୍କ ଘରକୁ ଯିବା ଆସିବା କରୁଥିଲା । ସେ ଘରର ଗୋଟିଏ ସଦସ୍ୟ ଭଳି ଥିଲା । ତାଙ୍କ ଝିଅ ତାକୁ ଦାଦା ବୋଲି ଡାକୁଥିଲା । କିନ୍ତୁ ତାଙ୍କର ୧୪ ବର୍ଷର ଝିଅ ଉପରେ ମହିପାଲର ଖରାପ ନଜର ପଡିଥିଲା । ଘରେ କେହି ନଥିବା ବେଳେ କେବଳ ଝିଅ ଏକାକୀ ଥିବାବେଳେ ସେ ଘରକୁ ଯାଉଥିଲା । ତାକୁ ଏକୁଟିଆ ପାଇ ୬ ମାସ ହେଲା ଦୁଷ୍କର୍ମ କରୁଥିଲା । ଝିଅ ତାକୁ ବିରୋଧ କଲେ ସେ ପୂରା ପରିବାରକୁ ଶେଷ କରିଦେବାକୁ ଧମକ ଦେଉଥିଲା । ତେଣୁ ଝିଅଟି ଭୟରେ କାହାକୁ କିଛି ଜଣାଇ ନଥିଲା । ଦୁଇ ଦିନ ତଳେ ହଠାତ୍ ଝିଅ ଦେହ ଖରାପ ହୋଇଯାଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ଯାଞ୍ଚ କରିବାରୁ ସେ ଗର୍ଭବତୀ ଥିବା ଜଣାପଡିଥିଲା । ଏହାପରେ ପୀଡିତା ନିଜ ବାପାଙ୍କ ଆଗରେ ସବୁ କଥା କହିଥିଲେ । ଏହି ଘଟଣା ନେଇ ଏଏସପି ସୁକନ୍ୟା ଶର୍ମୀ କହିଛନ୍ତି ଯେ, ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ମହିପାଲକୁ ଗିରଫ କରାଯାଇଛି । ତା\’ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking