30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶପୁଅର ମୃତଦେହକୁ ଫ୍ରିଜରରେ ରଖି ନ୍ୟାୟ ମାଗୁଛନ୍ତି ବାପା

ପୁଅର ମୃତଦେହକୁ ଫ୍ରିଜରରେ ରଖି ନ୍ୟାୟ ମାଗୁଛନ୍ତି ବାପା

ଲକ୍ଷ୍ନୌ: ଉତ୍ତର-ପ୍ରଦେଶର ସୁଲତାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ତାଙ୍କ ପୁଅର ମୃତଦେହକୁ ୧୪ଦିନ ଧରି ଫ୍ରିଜରରେ ରଖି ନ୍ୟାୟ ମାଗୁଛନ୍ତି । ତାଙ୍କ କହିବାନୁସାରେ ପୁଅର ହତ୍ୟା କରାଯାଇଛି । ପୁଅକୁ ନ୍ୟାୟ ଦେବା ପାଇଁ ସେ ଅନେକ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ କୌଣସି ପ୍ରକାର ଲାଭ ପାଇ ନାହାନ୍ତି । ଏଭଳି ଏକ ଘଟଣା ସୁଲତାନପୁର ଜିଲ୍ଲା କୁଡେଭାର ଥାନା ସରେୟା ମଝୋବା ଗ୍ରାମରେ ଘଟିଛି । ଶିବପ୍ରସାଦ ପାଠକ ସେନାରେ ଥିଲେ । ଅବସର ନେବା ପରେ ସେ ଗାଁକୁ ଚାଲି ଆସିଥିଲେ । ଶିବ ପ୍ରସାଦଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଶିବାଙ୍କ ଓ ଇଶାଙ୍କ ଓ ଦୁଇ ଝିଅ ସୁନୀତା ଓ ପୁନମ ବସବାସ କରନ୍ତି । ତେବେ ଶିବପ୍ରସାଦ ଦୁଇଝିଅଙ୍କ ବିବାହ କରି ଦେଇଛନ୍ତି । ବଡ଼ପୁଅ ଶିବାଙ୍କ ଦିଲ୍ଲୀରେ ୨୦୧୨ରୁ ଏକ କଲ ସେଣ୍ଟରରେ କାମ କରୁଥିଲେ । ଏହି ସମୟରେ ସେ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କ ସହ ମିଶି ୨୦୧୨ ଏପ୍ରିଲ ୨୪ରେ ଟେକ୍ସିଗୋ ନାମକ ଏକ କମ୍ପାନୀ ଖୋଲିଥିଲେ । ଦିଲ୍ଲୀରେ ରହୁଥିବା ଜଣେ ଯୁବତୀଙ୍କୁ ଚାକିରି ଦେଇଥିଲା । ଏହି କମ୍ପାନୀରେ କାମ କରୁଥିବା ଯୁବତୀଙ୍କ ସହିତ ୨୦୧୩ରେ ଶିବାଙ୍କ ବିବାହ ହୋଇଥିଲା । ଶିବାଙ୍କ ନାମରେ ଅନେକ ସମ୍ପତ୍ତି ରହିଥିଲା । ଏହି ସମ୍ପତ୍ତିଗୁଡ଼ିକୁ ନେଇ ଯୁବତୀ ସବୁବେଳେ ଶିବାକଙ୍କୁ ପଚାରୁଥିଲେ । ୨୦୨୧ ଅଗଷ୍ଟ ୧ ତାରିଖରେ ଶିବାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ପରେ ଶିବାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲା । ଏହାପରେ ଶିବାଙ୍କ ମୃତଦେହ ଅଗଷ୍ଟ ୩ ତାରିଖରେ ଗାଁରେ ପହଞ୍ଚିଥିଲା । ଗାଁକୁ ଆଣିବା ପରେ ପୁଅର ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ଶିବାଙ୍କ ମୃତଦେହକୁ ଡିପ ଫ୍ରିଜରରେ ରଖିଥିଲେ ତାଙ୍କ ବାପା । ଅଗଷ୍ଟ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଶିବାଙ୍କ ବୃଦ୍ଧ ବାପା ସ୍ଥାନୀୟ ଥାନା,ଏସପି ଓ ଡିଏମଙ୍କୁ ଅନୁରୋଧ କରିଥିଲେ କି ତାଙ୍କ ପୁଅର ଆଉଥରେ ଶବ ବ୍ୟବଚ୍ଛେଦ କରାଯାଉ । କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ । ଶେଷରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାକୁ ନେଇ ପୋଲିସ ବିପିନ କୁମାର ମିଶ୍ର କହିଛନ୍ତି, ଏହି ଘଟଣାର ଅଭିଯୋଗ କୋର୍ଟରେ ହୋଇଛି । ତେବେ କାର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି । କୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking