28.1 C
Bhubaneswar
Friday, April 26, 2024
Homeଅପରାଧଜ୍ୱାଇଁର ଠେଙ୍ଗା ମାଡରେ ଶ୍ୱଶୁର ମୃତ

ଜ୍ୱାଇଁର ଠେଙ୍ଗା ମାଡରେ ଶ୍ୱଶୁର ମୃତ

ପାତ୍ରପୁର: ଜରଡ଼ା ଥାନା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁଣ୍ଡକେରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣକୁ ନେଇ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ ସାମାନ୍ୟ ବଚସା ହେବା ପରେ ଜ୍ୱାଇଁର ଠେଙ୍ଗା ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିଲା । ଜରଡ଼ା ଥାନା ଏସଆଇ ମେଡିନିଶ୍ୱର କହଁରଙ୍କ ସୂଚନା ଅନୁସାରେ ଶ୍ୱଶୁର ଆପନା ବେହେରା (୬୫) ଓ ଜ୍ୱାଇଁ ଗଣପତି ବେହେରା (୪୫)ଙ୍କ ମଧ୍ୟରେ ବୁଧବାର ସକାଳୁ କୌଣସି କାରଣକୁ ନେଇ କଥା କଟାକଟି ହେବା ପରେ ଜ୍ୱାଇଁ ଗଣପତି ଏକ କାଠ ଫାଳିଆରେ ଆପନାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।

ଆକ୍ରମଣରେ ଗଣପତି ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ନାତି ଝିଅ ଆପନାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଆପନାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗଣପତିଙ୍କୁ ଜରଡ଼ା ଥାନା ପୁଲିସ ଗିରଫ କରିଥିବା ବେଳେ ବ୍ୟବହାର ହୋଇଥିବା କାଠ ଫାଳିଆ ଜବତ କରିଛି । ଏନେଇ ଜରଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking