30.1 C
Bhubaneswar
Friday, April 26, 2024
Homeଓଡିଶାହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ : ମୃତକଙ୍କୁ ବଞ୍ଚିଛି କହି ଚିକିତ୍ସା କରୁଛନ୍ତି

ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ : ମୃତକଙ୍କୁ ବଞ୍ଚିଛି କହି ଚିକିତ୍ସା କରୁଛନ୍ତି

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି । ଟଙ୍କା ଲୋଭରେ ମୃତ ରୋଗୀଙ୍କୁ ଜୀବିତ କହି ୨ଦିନ ହେଲାଣି ଚିକିତ୍ସା କରୁଥିଲେ । ୩ଦିନ ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଉଛନ୍ତି। ଏନେଇ ମୃତକଙ୍କ ଝିଅ ଅର୍ପିତା ମହାକୂଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ସୁଧିର କୁମାର ସାହୁ କହିଛନ୍ତି । ସୂଚନା ଅନୁଯାୟୀ, ସଞ୍ଜିବ ମହାକୂଳ ନାମକ ଜଣେ ବ୍ୟକ୍ତି ୪ଦିନ ତଳେ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭର୍ତ୍ତି ହେବା ପରେ ସେ ଭେଣ୍ଟିଲେଟର୍‌ରେ ରହିଥିଲେ ।

ଦିନକ ପରେ ତାଙ୍କ ଆଖିରେ ପଟି ବନ୍ଧା ଯାଇଥିଲା । ରୋଗୀଙ୍କ ଆଖି ସବୁବେଳେ ଖୋଲିରହୁଛି । ଆଇସିୟୁ ଚାମ୍ବର ଦେଖି ସେ ଡରିଯାଉଛନ୍ତି । ତେଣୁ ତାଙ୍କ ଆଖିରେ ପଟି ବନ୍ଧା ଯାଇଥିବା ହସ୍ପିଟାଲ କର୍ମଚାରୀ ରୋଗୀଙ୍କ ପରିବାରଲୋକଙ୍କୁ କହିଥିଲେ । ଶେଷରେ ସୋମବାର ପୂର୍ବାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହ ବକେୟା ଟଙ୍କା ପେମେଣ୍ଟ କରି ଶବ ନେଇଯିବାକୁ କୁହାଯାଇଥିଲା । ବାପା ୨ଦିନ ତଳୁ ମରିଯାଇଥିବାବେଳେ ଟଙ୍କା ପାଇବା ଆଶାରେ ହସ୍ପିଟାଲ ମିଛ ଚିକିତ୍ସା କରୁଥିବା ଝିଅ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking