36.1 C
Bhubaneswar
Thursday, May 2, 2024
Homeଅପରାଧନକଲି ଆରଟିଆଇ କର୍ମୀ ଗିରଫ

ନକଲି ଆରଟିଆଇ କର୍ମୀ ଗିରଫ

ଭୁବନେଶ୍ୱର: ନିଜକୁ ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆରଟିଆଇ କର୍ମୀ ଭାବେ ପରିଚୟ ଦେଇ ଠକୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବ୍ରହ୍ମପୁର ଅଞ୍ଚଳର କିଶୋର ମିଶ୍ର । ଏସଟିଏଫ ତା ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ବେଶ କିଛିଦିନ ହେଲା କିଶୋର ରାଜ୍ୟ ସରକାରଙ୍କ ଲୋଗ ଥିବା ଏକ ପରିଚୟ ପତ୍ର ପିନ୍ଧି ଲୋକଙ୍କୁ ଠକିବା, ଧମକାଇବା ସହ ଟଙ୍କା ଅସୁଲ କରୁଥିଲା ।

ବିଶେଷ କରି ଲୋକଙ୍କୁ କ୍ରସର ଲାଇସେନ୍ସ, ମଦ ଦୋକାନ ଲାଇସେନ୍ସ ଓ ସରକାରୀ ବଦଳି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକୁ ଥିଲା । ଏନେଇ ସୂଚନା ମିଳିବା ପରେ ଏସଟିଏଫ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ସେ ନକଲି ପରିଚୟ ଦେଇ ଠକୁଥିବା ଜଣାପଡିଥିଲା । ପରେ ଏସଟିଏଫ ତାକୁ ଗିରଫ କରିଥିଲା । ତଦନ୍ତ ସମୟରେ ତା ବ୍ୟାଙ୍କ ଆକାଉ ରୁ ୨ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଏସଟିଏଫ ପ୍ରମାଣ ପାଇଛି । ଦୁଇରୁ ୩ବର୍ଷ ମଧ୍ୟରେ ଏହି କାରବାର ହୋଇଥିବା ଜଣାପଡିଛି । ଏଥିସହିତ ସେ କିଛି ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ବ୍ୟବହାର କରନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ଆଉ କାହାର ସଂପୃକ୍ତି ରହିଛି ଏସଟିଏଫ ତାର ଖୋଳତାଡ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking