33.1 C
Bhubaneswar
Friday, May 17, 2024
Homeଓଡିଶାଗଣେଷ ପୂଜା ପାଇଁ ପୁଲିସର ପ୍ରସ୍ତୁତି ବୈଠକ

ଗଣେଷ ପୂଜା ପାଇଁ ପୁଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଅଗାମୀ ମାସରେ ଗଣେଷ ପୂଜା ଅନୁଷ୍ଠିତ ହୋବାକୁ ଯାଉଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୂଜା କମିଟି ଏବଂ କ୍ଲବ ଗୁଡିକ ନିଜଆଡ଼ୁ ସଜବାଜ ହେଲେଣି । ବିଭିନ୍ନ ଘର ଏବଂ ଦୋକାନରୁ ପୂଜା ଚାନ୍ଦା ଆଦାୟ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକ ପ୍ରତିନିଧି, ଯୁବକ ସଂଘର କର୍ମକର୍ତ୍ତା ଏବଂ ପୂଜା କମିଟିର ମୂଖ୍ୟମାନେ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଶାନ୍ତିପୂର୍ଣର୍ ଭାବେ କିପରି ଅନୁଷ୍ଠିତ ହୋଇପାରିବ ସେ ନେଇ ଆଲୋଚନା ହୋଇଛି । ଟ୍ରାଫିକ ନିୟନ୍ତ୍ର. ପୂଜା ପଣ୍ଡାଲ ନିକଟରେ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହି ପୁଲିସ ପକ୍ଷରୁ ମଧ୍ୟ ପୂଜା କମିଟି ସଦସ୍ୟ ମାନଙ୍କୁ କିଛି ଚେତାବନୀ ଜାରି କରାଯାଇଛି ।

ଜୋର ଜବରଦସ୍ତ ଚାନ୍ଦା ଉପରେ ଗୁରୁତ୍ୱ ଦିଆଯାଇଛି । ଗଣେଷ ପୂଜା ଅବସରରେ ଜୋର ଜବରଦସ୍ତୀ ଆଦାୟ କରାଯାଉଥିବା ଚାନ୍ଦା ଉପରେ ପୁଲିସ ଜିରୋ ଲଟରାନ୍ସ ପଲିସି ଆପଣେଇବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପକ୍ଷରୁ କୁହାଯାଇଛି । ଏଭଳି ଚାନ୍ଦା ଆଦାୟ ନେଇ ଅଭିଯୋଗ ଆସିଲେ ପୁଲିସ ତୂରନ୍ତ ଆକ୍ସନ ନେବ ବୋଲି ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ପୂଜା ପଣ୍ଡାଲରେ ପୂଜା ପାଉଥିବା ଗଣେଷଙ୍କ ମୂର୍ତ୍ତିକୁ କୌଣସି ହାଲତରେ ବିକୃତ କରାଯାଇ ପାରିବ ନାହିଁ । ଯାହାକୁ ଆଦୌ ବରଦାସ୍ତ କରାଯାଇ ପାରିବ ନାହିଁ । ସମ୍ପୃକ୍ତ ପୂଜା କମିଟି କିମ୍ବା କ୍ଲବ୍ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଆଗାମୀ ସେପ୍ଟେମ୍ବର ୧୯ରେ ଗଣେଷ ପୂଜା ଅନୁଷ୍ଠିତ ହୋବ । ଏହାର ଆଗାମୀ ୩ଟି ରବିବାର ଭସାର ଉତ୍ସବ ଅନୁଷ୍ଠିତ ହୋବ । ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ଅକ୍ଟୋବର ୮ ତାରିଖକୁ ଭସାଣ ଉଦ୍ଦେଶ୍ୟରେ ପ୍ରଶେସନ୍ ବାହାରି ପାରିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking