38.1 C
Bhubaneswar
Friday, April 26, 2024
Homeଅପରାଧଫେସବୁକ ରେ ଲଣ୍ଡନର ସାଙ୍ଗ କହି ଲୁଟିନେଲେ ଟଙ୍କା

ଫେସବୁକ ରେ ଲଣ୍ଡନର ସାଙ୍ଗ କହି ଲୁଟିନେଲେ ଟଙ୍କା

ନୂଆଦିଲ୍ଲୀ:  ଦିଲ୍ଳୀ ପୋଲିସ ର ସାଇବର ସେଲ୍ ଏକ ଗ୍ୟାଙ୍ଗକୁ ବଷ୍ଟ କରିଛି ଯିଏ ଫେସବୁକ୍‌ରେ ବନ୍ଧୁତା କରି ପ୍ରତାରଣା କରିଛି । ଏହି ଗ୍ୟାଙ୍ଗର କିଙ୍ଗିନ ରବେଜ ଏବଂ ତାଙ୍କ ମହିଳା ସାଥୀ କାଜଲ କୁମାରୀଙ୍କୁ ପୁଲିସ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ , ଏହି ଗ୍ୟାଙ୍ଗମାନେ ସୋଫିଆ ଜେନିଫର୍ ନାମରେ ଫେସବୁକ୍‌ରେ ନକଲି ପ୍ରୋଫାଇଲ ବନାଇ ଯୁବକମାନଙ୍କୁ ବନ୍ଧୁ ଅନୁରୋଧ ପଠାନ୍ତି ଏବଂ ପରେ ସେମାନଙ୍କୁ ଫାନ୍ଦରେ ପକାଇ ବିଭିନ୍ନ ଉାୟରେ ନିଜ ଆକାଉଣ୍‌କୁ ଟଙ୍କା ଟ୍ରାନ୍ସଫର କରିଥିଲେ ।
ଦିଲ୍ଳୀ ପୋଲିସର ସୂଚନାଅନୁସାରେ, ଦିଲ୍ଳୀର ୱାଜିରୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି  ଲଣ୍ଡନରେ ରହୁଥିବା ସୋଫିଆ ଜେନିଫର ନାମକ ଜଣେ ଝିଅ ତାଙ୍କୁ ବନ୍ଧୁ ଅନୁରୋଧ ପଠାଇଛନ୍ତି । ଫେସବୁକ୍‌ରେ ବନ୍ଧୁ ହେବା ପରେ ଦୁହେଁ ନିଜ ମଧ୍ୟରେ ନମ୍ବର ବିନିମୟ କରିଥିଲେ । ପ୍ରଥମେ କିଛିଦିନ ପାଇଁ ନିଜ ମଧ୍ୟରେ କଥାବାର୍ତା ହେଉଥିଲେ । ତା ପରେ ଦିନେ ପୀଡିତ ଜଣଙ୍କ ମୁମ୍ବାଇ ବିମାନ ବନ୍ଦରରେ ଜଣେ କଷ୍ଟମ ଅଫିସର ଭାବରେ ପରିଚିତ ଜଣେ ମହିଳାଙ୍କ ଠାରୁ କଲ ପାଇଲେ । ନକଲି କଷ୍ଟମ ଅଧିକାରୀ ପୀଡିତଙ୍କୁ କହିଥିଲେ ଯେ ସେ ଲଣ୍ଡନରୁ ଏକ ଉପହାର ପାଇଛନ୍ତି ଯାହା କଷ୍ଟମରେ ଅଟକି ରହିଛି ।
କଷ୍ଟମ କ୍ଳିୟରାନ୍ସ ପାଇଁ ତାଙ୍କୁ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ ପଡିବ । ଯେତେବେଳେ ପୀଡିତା ଏହି ବିଷୟରେ ତାଙ୍କ ଲଣ୍ଡନ ସାଙ୍ଗଙ୍କ ସହ କଥା ହୋଇଥିଲେ , ସେତେବେଳେ ସେ ଏକ ଉପହାର ପଠାଇବା ବିଷୟରେ କହିଥିଲେ । ଏହା ପରେ ପୀଡିତ ନକଲି କଷ୍ଟମ ଅଧିକାରୀଙ୍କ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା ରଖିଥିଲେ , କିନ୍ତୁ ପରେ ପୀଡିତ ଜଣକଙ୍କୁ ଅଧିକ ଟଙ୍କା ଦବାକୁ କହିବା ପରେ କିଛି ସନ୍ଦେହ ହୋଇଥିଲା  ଏବଂ ପରେ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ବ୍ୟାଙ୍କ ଆକାଣ୍ଟକୁ ସିଜ୍ କରିଥିଲା । ଯେଉଁଥିରେ ପୀଡିତା ୩୦ ହଜାର ଟଙ୍କା ଜମା କରିଥିଲେ । ପୁଲିସ ମଧ୍ୟ ଜାଣିବାକୁ ପାଇଲା ଯେ ସେହି ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨ଲକ୍ଷ ୮୦ ହଜାର ଟଙ୍କା ଅଛି । ଅଭିଯୁକ୍ତ କାଜଲ କୁମାରୀ ଟଙ୍କା ନେବା ପାଇଁ ଯେତେବେଳେ  ବ୍ୟାଙ୍କ ରେ ହଞ୍ଚିଥିଲେ ସେତେବେଳେ ପୁଲିସ ତାଙ୍କୁ ଧରିଥିଲା । ଏହା ପରେ ପୁଲିସ ପରବେଜଙ୍କୁ ମଧ୍ୟ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking