30.1 C
Bhubaneswar
Thursday, April 25, 2024
Homeଅପରାଧଘରୋଇ ସ୍କୁଲର ଛାତ୍ରୀଙ୍କ ସହ ପ୍ରଥମେ ଅଶ୍ଳୀଳ ବ୍ୟବହାର ଓ ପରେ ଭିଡିଓ ଭାଇରାଲ

ଘରୋଇ ସ୍କୁଲର ଛାତ୍ରୀଙ୍କ ସହ ପ୍ରଥମେ ଅଶ୍ଳୀଳ ବ୍ୟବହାର ଓ ପରେ ଭିଡିଓ ଭାଇରାଲ

ବିହାର : ବିହାରର ଆରୋରିଆରେ ଏକ ନକଲି ଫେସବୁକ ଆଇଡି ସୋସିଆଲ ମିଡିଆରେ ଭାଇରାଲ ହେବା ନେଇ ଏକ ବଡ ମାମଲା ସାମ୍ନାକୁ ଆସିଛି । ଏହି ଭାଇରାଲ୍ ଭିଡିଓ ଏକ ଘରୋଇ ବିଦ୍ୟାଳୟ ର ବୋଲି କୁହାଯାଇଛି । ଯେଉଁଠି ନା କେବଳ ଛାତ୍ରୀଙ୍କ ସହ ଅଶ୍ଳିଳ ହରକତ ହୋଇଥିଲା ବରଂ ତାର ଭିଡିଓ ମଧ୍ୟ ବନାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା ।
ବିଦ୍ୟାଳୟ ସଂଚାଳକ ଉକ୍ତ ଛାତ୍ରୀ ଜଣଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିଥିବାବେଳେ ଝିଅର ପରିବାର ସଦଶ୍ୟ ୩ଟି ନକଲି ଫେସବୁକ ଆଇଡି ଏବଂ ୫ଜଣ ଯୁବକଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ଖବର ମୁତାବକ ଏଫଆଇଆରରେ କୁହାଯାଇଛି ଯେ ସୋସିଆଲ ସାଇଟରେ ଏକ ଅଶ୍ଲୀଳ ଭିଡଓ ଭାଇରାଲ କରି ତାଙ୍କ ଝିଅକୁ ବଦନାମ କରାଯାଉଛି । ଯେଉଁଥିପାଇଁ ପୁରା ପରିବାର ଅବସାଦରେ ଅଛନ୍ତି । ଆଉ ଏଥିପାଇଁ ଯେକୌଣସି ସମୟରେ ତାଙ୍କ ଝିଅ ଆତ୍ମହତ୍ୟା କରିପାରେ । ଏଥି ସହିତ ବିଦ୍ୟାଳୟର ସଂଚାଳକ ନା ଏହି ଘଟଣାରେ ଆଗକୁ ଆସୁଛନ୍ତି ନା  ଏଫଆଇଆର ଦାଖଲ କରିଥିବା ପିଡିତା ।
ଏହି ସମଗ୍ର ମାମଲାରେ ଆରୋରିଆ ଏସ୍‌.ଡି.ଓପି ପୁଷ୍କର କୁମାର କହିଛନ୍ତି ଯେ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ଚେଷ୍ଟା ଜାରି ରହିଛି ।ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାଇରାଗୋଚି ଓପି ଷ୍ଟେସନ ମୁଖ୍ୟ ମନୋକା ରାନୀ ଝିଅର ଘରକୁ ଯାଇ ତାକୁ ପଚରାଉଚରା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking