29 C
Bhubaneswar
Sunday, July 19, 2026
Homeଦେଶ ବିଦେଶସାରା ବିଶ୍ୱରେ ଠପ୍ ଫେସବୁକ୍, ଲଗ୍‌ଇନ୍ କରିପାରୁନାହାନ୍ତି ୟୁଜର୍ସ

ସାରା ବିଶ୍ୱରେ ଠପ୍ ଫେସବୁକ୍, ଲଗ୍‌ଇନ୍ କରିପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ: ସୋସିଆଲ୍ ନେଟୱର୍କିଂ ସାଇଟ୍ ଫେସବୁକ୍ ରବିବାର ଅପରାହ୍ନରୁ ସାରା ବିଶ୍ୱରେ ବନ୍ଦ ହୋଇଯାଇଛି। ହଠାତ୍ ଫେସବୁକ୍‌ରେ ବୈଷୟିକ ସମସ୍ୟା ଦେଖାଦେବା ପରେ ୟୁଜର୍ସମାନେ ନିଜ ଆକାଉଣ୍ଟରେ ଲଗ୍‌ଇନ୍ କରିପାରୁନାହାନ୍ତି। ଫଳରେ ବିଶ୍ୱର ବିଭିନ୍ନ ସ୍ଥାନର ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ୟୁଜର୍ସମାନେ ଫେସବୁକ୍‌ରେ ଲଗ୍‌ଇନ୍ କରିବାକୁ ଚେଷ୍ଟା କଲେ ସମସ୍ତଙ୍କୁ ପ୍ରାୟ ଏକାଭଳି ବାର୍ତ୍ତା ଦେଖାଯାଉଛି। ଖବର ଲେଖାଯିବା ସୁଦ୍ଧା ଅନେକ ୟୁଜର୍ସ ଫେସବୁକ୍‌ର ଡେସ୍କଟପ୍ ଭର୍ସନ୍ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆକ୍ସେସ୍ ପାଇପାରୁନାହାନ୍ତି।”ଆପଣଙ୍କ ଆକାଉଣ୍ଟ ସାମୟିକ ଭାବେ ଉପଲବ୍ଧ ନାହିଁ। ସାଇଟ୍‌ରେ ବୈଷୟିକ ସମସ୍ୟା ଥିବାରୁ ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟକୁଆକ୍ସେସ୍ କରିହେବ ନାହିଁ। ଆମେ ଆଶା କରୁଛୁ ଏହି ସମସ୍ୟା ଶୀଘ୍ର ସମାଧାନ ହେବ। ଦୟାକରି କିଛି ମିନିଟ୍ ପରେ ପୁଣିଥରେ ଚେଷ୍ଟା କରନ୍ତୁ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking