42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ମୃତ

କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ମୃତ

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର ନିକଟବର୍ତ୍ତୀ ବସି ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟିଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଥିବା ଶ୍ରମିକ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଅନ୍ୟ କିଛି ଆହତ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳତା ମିଳିଛି ।

ତେବେ ମୋଟ କେତେ ଜଣ ଶ୍ରମିକ କାରଖାନାରେ କାର୍ଯ୍ୟରତ ଥିଲେ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ୫ ମୃତଦେହ ଉଦ୍ଧାର ହୋଇଥିବା ସ୍ପଷ୍ଟ କରିଛି । ସେମାନେ କାରଖାନାରେ କାମ କରୁଥିବା ଶ୍ରମିକ ହୋଇଥିବା ନେଇ ସନ୍ଦେହ କରାଯାଉଥିଲେ ସୁଦ୍ଧା ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ତେବେ ମିଳିଥିବା ସୂଚନା ଅନୁସାରେ, ଆଜି କାରଖାନାରେ କାମ ଚାଲିଥିବା ବେଳେ ଅପରାହ୍ନରେ କୌଣସି କାରଣରୁ ବଏଲରରେ ଅଗ୍ନିକାଣ୍ଡ ଘଟିଥିଲା ।

କାରଖାନାରେ ରାସୟନିକ ପଦାର୍ଥ ଗଚ୍ଛିତ ଥିବା କାରଣରୁ ନିଆଁ ତୁରନ୍ତ ଅନ୍ୟତ୍ର ବ୍ୟାପୀ ଯିବା ସହ ବିସ୍ଫୋରଣ ମଧ୍ୟ ହୋଇଥିଲା । କିଛି କର୍ମଚାରୀ ଓ ଶ୍ରମିକ ଧାଇଁ ପଳାଇ ଜୀବନ ବଞ୍ଚାଇଥିବା ବେଳେ ଅନ୍ୟ କିଛି ନିଆଁରୁ ବାହାରି ପାରିନଥିଲେ । ପୋଲିସ ଓ ଦମକଳ ପହଞ୍ଚି ନିଆଁକୁ ଆୟତ କରିବା ପରେ ୫ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତନ୍ତର କରିବାକୁ ପୋଲିସ ପ୍ରକ୍ରିୟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking