35.1 C
Bhubaneswar
Monday, June 1, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

ପଶ୍ଚିମବଙ୍ଗରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ମୋଟି ୩୫ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଲୋକଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆର.ଏନ୍. ରବି ମନ୍ତ୍ରୀମାନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବରୁ ମେ’୯ରେ ଶୁଭେନ୍ଦୁଙ୍କ ସହିତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଉଲ୍, ଅଶୋକ କୀର୍ତ୍ତନିଆ, ନିସିଥ୍ ପ୍ରାମାଣିକ୍ ଏବଂ କ୍ଷୁଦ୍ରରାମ ଟୁଡୁ ପ୍ରମୁଖ ୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏବେ ନୂଆ ୩୫ ଜଣ ମନ୍ତ୍ରୀଙ୍କ ସହ ଶୁଭେନ୍ଦୁଙ୍କୁ ମିଶାଇ ରାଜ୍ୟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ନୂଆ ୩୫ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ୩ ଜଣ ରାଷ୍ଟ୍ରପାହ୍ୟା (ସ୍ବାଧୀନ ଦାୟିତ୍ବ) ମନ୍ତ୍ରୀ ଏବଂ ୧୯ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ଆକାର ଅନୁସାରେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ବ୍ୟତୀତ ସର୍ବାଧିକ ୪୪ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରିବ। ସୋମବାର ୩୫ ଜଣ ନୂତନ ମନ୍ତ୍ରୀଙ୍କ ଯୋଗଦାନ ସହିତ, ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ ସରକାରରେ ମୋଟ ୪୦ ଜଣ ମନ୍ତ୍ରୀ ରହିଛନ୍ତି। ଏହାର ଅର୍ଥ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୧ ଛୁଇଁଛି।ସୂତ୍ର ଅନୁଯାୟୀ କେବଳ ୧୩ ଜଣ ନୂତନ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସାମିଲ କରିବାବିଜେପିର ଏକ ଛୋଟ କ୍ୟାବିନେଟ୍ ରଖିବାର ରଣନୀତିକୁ ପ୍ରତିଫଳିତ କରୁଛି। କେବଳ ପ୍ରଶାସନିକ ଅଭିଜ୍ଞତା ଥିବା ବିଧାୟକମାନଙ୍କୁ କ୍ୟାବିନେଟ୍ ସ୍ତରୀୟ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ଅନ୍ମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ପଦବୀ ଦିଆଯାଇଛି। ଏହା ଦ୍ବାରା ସରକାରଙ୍ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking