35.1 C
Bhubaneswar
Monday, June 1, 2026
Homeଓଡିଶାଥାନାରେ ଥାର୍ଡ ଡିଗ୍ରୀ: ତଦନ୍ତ ନିର୍ଦ୍ଦେଶ

ଥାନାରେ ଥାର୍ଡ ଡିଗ୍ରୀ: ତଦନ୍ତ ନିର୍ଦ୍ଦେଶ

ଗଞ୍ଜାମ: ପୁଣି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ । ଏଥର ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା । ଏଠାରେ ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ସେପଟେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।  ହରିଶ ବିଶିଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି  ନୀତି ଶେଖର। ମୃତଦେହର ବ୍ୟବଚ୍ଛେଦ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ମାଡରେ ପ୍ରାଣ ହରାଇଥିବା ଦିବ୍ୟାଙ୍ଗ ହେଉଛନ୍ତି ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ ତାଙ୍କ ପତ୍ନୀଙ୍କ ଅଭିଯୋଗ ହିସାବରେ ଗଲା ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମାଲାରେ ସୁଶାନ୍ତଙ୍କୁ ଥାନାକୁ ପୋଲିସ ନେଇଥିଲା । କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ, କିନ୍ତୁ ସେଠି ତାଙ୍କର ମୃତ୍ୟୁ ହୋଇଥିଲା ।ଥାନାରେ ନିର୍ଧି ମାଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking