27.1 C
Bhubaneswar
Saturday, July 27, 2024
Homeଓଡିଶାଓଏଏସ ସ୍ତରରେ ଅଦଳ ବଦଳ

ଓଏଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଓଏଏସସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି । ଜାରି ବିଜ୍ଞପ୍ତି ଅନୁସାରେ, ଭଞ୍ଜନଗର ଉପଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ରାଜେନ୍ଦ୍ର ମିଞ୍ଜଙ୍କୁ ପଦୋନ୍ନତି ଦେଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର(ପ୍ରଶାସନିକ) ଭାବେ ବଦଳି କରାଯାଇଛି । ସେହିପରି ଗଞ୍ଜାମ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।

ସେହିପରି କଟକରେ ଅବକାରୀ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ କାର୍ଯ୍ୟ କରିବାକୁ କୁହାଯାଇଛି । ବରିଷ୍ଠ ଓଏଏସ୍ ସୁଦାମ ଚରଣ ମଣ୍ଡଳଙ୍କୁ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ମଣ୍ଡଳ ଏବେ ଶିଳ୍ପ(କେଭିଆଇ)ର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି । ତାଙ୍କୁ ଅତିରିକ୍ତ ଭାବେ ନୂଆ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking