39.1 C
Bhubaneswar
Friday, April 26, 2024
Homeଅପରାଧଯୁବକର ବର୍ବରତା : ପୂର୍ବତନ ପ୍ରେମିକାକୁ ମାଡ଼ ମାରି ସୁଟ୍‌କେସ୍ ଭିତରେ ଭର୍ତ୍ତି କରି ଫିଙ୍ଗିଦେଲା 

ଯୁବକର ବର୍ବରତା : ପୂର୍ବତନ ପ୍ରେମିକାକୁ ମାଡ଼ ମାରି ସୁଟ୍‌କେସ୍ ଭିତରେ ଭର୍ତ୍ତି କରି ଫିଙ୍ଗିଦେଲା 

ୱାଶିଂଟନ୍ : ନିଷ୍ଠୁରତାର ସୀମା ଡେଇଁଗଲେ ଯୁବକ । ନିଜ ପୂର୍ବତନ ପ୍ରେମିକା ସହ ପ୍ରଥମେ ଧୂମ ମାଡ ମାରିବା ସହିତ ସୁଟ୍‌କେସ୍ ଭିତରେ ଭର୍ତ୍ତିକରି ଜଙ୍ଗଲରେ ଫିଙ୍ଗିଦେଇ ଆସିଲେ ଯୁବକ । ଅକାଳରେ ସୁଟ୍‌କେସ୍ ଭିତରେ ହିଁ ଚାଲିଗଲା ଯୁବତୀଙ୍କ ଜୀବନ । ଏହି ଘଟଣା ପରେ କୋର୍ଟ ଏହି ନିର୍ଦ୍ଦୟ ଯୁବକଙ୍କ ବିପକ୍ଷରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ, ଶୁଣେଇଛନ୍ତି କଠୋର ଦଣ୍ଡ । ଆମେରିକାର ନ୍ୟୁୟର୍କସ୍ଥ କ୍ୱୀଂସରେ ଜଣେ ପ୍ରେମିକା କ୍ରୋଧର ବଶବର୍ତ୍ତୀ ହୋଇ ଏମିତି ସ୍ତରକୁ ଚାଲିଗଲେ ଯେ ସେ ତାଙ୍କ ପୂର୍ବତନ ପ୍ରେମିକାର ଜୀବନ ନେଇଗଲେ । ଏହି ମାମଲାରେ କୋର୍ଟ ୨୬ ବର୍ଷୀୟ ଜାଭିୟର୍ ଡା ରୋଜାସ୍‌ଙ୍କୁ ୩୦ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣେଇଛନ୍ତି । ଜାଭିୟର ୨୦୧୯ରେ ନିଜର ପୂର୍ବତନ ପ୍ରେମିକା ୨୪ ବର୍ଷୀୟ ଭେଲେରୀ ରେୟେସଙ୍କୁ ବର୍ବରତାର ସହ ହତ୍ୟା କରିଥିଲେ । କୁହାଯାଉଛି ଯେ ଭେଲେରୀ ଓ ଜାଭିୟରଙ୍କ ମଧ୍ୟରେ ଭଲ ସଂପର୍କ ଥିଲା । ଏହି ଅବସରରେ ଦିନେ ଜାଭିୟର ତାଙ୍କ ଗର୍ଲଫ୍ରେଣ୍ଡ ଭେଲେରୀଙ୍କ ଘରକୁ ଯାଇଥିଲେ । ସେଠାରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଜାଭିୟର ରାଗିଯାଇ ଭେଲେରୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ । ଏହା ପରେ ସେ ଗୁରୁତର ହୋଇପଡିଥିଲେ । ଏତିକିରେ ତାଙ୍କ ମନ ଶାନ୍ତି ହେଲା ନାହିଁ ଯେ ସେ ଭେଲେରୀଙ୍କ ହାତ-ଗୋଡ ବାନ୍ଧି ତାଙ୍କୁ ଚୁପ୍ କରିବା ନେଇ ତାଙ୍କ ମୁହଁରେ ଟେପ୍ ଲଗେଇଦେଲେ । ତାଙ୍କୁ ଜୀଅନ୍ତା ସୁଟ୍‌କେସ୍ ଭିତରେ ଭର୍ତ୍ତି କରିଦେଲେ । ସୁଟ୍‌କେସ୍‌କୁ ଗାଡିରେ ପାଖାପାଖି ୨୦ କିଲୋମିଟର ଦୂରକୁ ନେଇ କନେକ୍ଟିକଟ୍ ପାଖରେ ଥିବା ଏକ ଜଙ୍ଗଲ ଭିତରେ ପିଙ୍ଗିଦେଲେ । ପୋଲିସ୍ ସୂଚନା ମୁତାବକ ଯୁବତୀଙ୍କ ମୃତ୍ୟୁ ସୁଟ୍‌କେସ୍ ଭିତରେ ହିଁ ହୋଇଛି । ଦୁଇ ଦିନ ପରେ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କଲା ପରେ ପୋଲିସ ଜାଭିୟରଙ୍କୁ ପଚରା ଉଚ୍ଚରା କରି ମାମାଲାର ପର୍ଦ୍ଦାଫାସ କରିଥିଲା । ଏକ ସପ୍ତାହ ପରେ ଯୁବତୀର ଶବକୁ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଥିଲା । ଯାଞ୍ଚ ସମୟରେ ଜଣାପଡିଥିଲା ଯେ ହତ୍ୟା ପରେ ଜାଭିୟର୍ ଭେଲେରୀଙ୍କ ଲାପ୍‌ଟପ୍ ଓ ଡେବିଡ୍ କାର୍ଡ ଚୋରିକରି ନେଇଥିଲା । ସେ ଯୁବତୀଙ୍କ ଖାତାରୁ ପାଖାପାଖି ୪ ଲକ୍ଷ ଟଙ୍କା ଉଠେଇ ନେଇଥିଲେ । ପୋଲିସ୍ ଜାଭିୟରଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । କୋର୍ଟ ଏହି ମାମଲାର ଶୁଣାଣୀ କରି ଯୁବକଙ୍କୁ ୩୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣେଇଛନ୍ତି । ଅନ୍ୟପକ୍ଷରେ ଭେଲେରୀଙ୍କ ମା’ ହତ୍ୟାକାରୀଙ୍କୁ ଅଧିକରୁ ଅଧିକ ଦଣ୍ଡଦେବା ନେଇ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking