32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଟିକଟକ୍ ଚ୍ୟାଲେଞ୍ଜ ପୁରା କରିବା ପାଇଁ ଗିଳି ଦେଲା ୨୩ଟି ଚୁମ୍ବକ

ଟିକଟକ୍ ଚ୍ୟାଲେଞ୍ଜ ପୁରା କରିବା ପାଇଁ ଗିଳି ଦେଲା ୨୩ଟି ଚୁମ୍ବକ

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ଟିକ୍‌ଟକ୍ ଚ୍ୟାଲେଞ୍ଜ କରୁଥିବା ବେଳେ ଏହା କେତେ ବିପଜ୍ଜନକ ହୋଇପାରେ ତାହା ଅନୁଭବ କରନ୍ତି ନାହିଁ। ନିକଟରେ ଇଂଲଣ୍ଡରେ ରହୁଥିବା ଜଣେ ୬ ବର୍ଷର ଝିଅ ମୋବାଇଲରେ ଟିକଟକ୍ ଚ୍ୟାଲେଞ୍ଜ ନାମରେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଇନି।

ସୂଚନା ଅନୁଯାୟୀ, ଇଂଲଣ୍ଡର ଇଷ୍ଟ ସସେକ୍ସରେ ରହୁଥିବା ଜଣେ ୬ ବର୍ଷର ଝିଅ, ମୋବାଇଲ ଦେଖିବା ପରେ, ଟିକଟକ୍ ଚ୍ୟାଲେଞ୍ଜ ପୁରା କରିବା ଉଦ୍ଦେଶ୍ୟରେ ୨୩ଟି ଚୁମ୍ବକକୁ ଗିଳି ଦେଇଥିଲା। ଯେତେବେଳେ ଝିଅଟିର ପେଟ ଯନ୍ତ୍ରଣା ଆରମ୍ଭ ହେଲା ଏବଂ ସେ ବାରମ୍ବାର ବାନ୍ତି କରିବାକୁ ଲାଗିଲା, ବାପା-ମା ଝିଅକୁ ଡାକ୍ତରଖାନାକୁ ନେଇଗଲେ। ଡାକ୍ତର ତୁରନ୍ତ ତାଙ୍କ ଅପରେସନ୍ କରିବାକୁ କହିଥିଲେ।

ଡାକ୍ତରମାନେ ତାଙ୍କ ପେଟ ଅସ୍ତ୍ରୋପଚାର କରି ୨୩ଟି ଚୁମ୍ବକ ବାହାର କରିଥିଲେ। ଚୁମ୍ବକଟି ଶିଶୁର ଅନ୍ତନଳୀରେ ଅନେକ କ୍ଷତି ଘଟାଇଥିଲା। ସୌଭାଗ୍ୟବଶତଃ ଝିଅଟିର ଉଚିତ୍ ସମୟରେ ଚିକିତ୍ସା ହୋଇଥିଲା, ନଚେତ୍ ସେ ଜୀବନ ହରାଇଥାନ୍ତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking