ଭୁବନେଶ୍ୱର : ରାଜଧାନୀ ଉପକୁଣ୍ଠ ବରିମୁଣ୍ଡ ଗାଁରେ ଷଣ୍ଢ ଉତ୍ପାତ ଦେଖାଦେଇଛି । ଷଣ୍ଢ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁକୁ କେନ୍ଦ୍ର କରି ରାସ୍ତାରୋକ ହୋଇଛି । ମୃତ ବୃଦ୍ଧା ହେଉଛନ୍ତି ହେମଲତା ଦାସ । ଲୋକମାନେ ଷଣ୍ଢକୁ କାବୁ କାବୁ କରିବା ସହିତ ବୃଦ୍ଧାଙ୍କର ମୃତ୍ୟୁ ପାଇଁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି । ଟାୟାର ଜାଳି ରାସ୍ତାରୋକ ହୋଇଛି । ରାସ୍ତାରୋକ କରିବାରୁ ଯାତାୟତ ଠପ ହୋଇଛି ।