39.1 C
Bhubaneswar
Friday, April 26, 2024
Homeପୌର ନିର୍ବାଚନମେୟର ପଦବୀ ପାଇଁ ମଇଦାନରେ ୯ ପ୍ରାର୍ଥୀ

ମେୟର ପଦବୀ ପାଇଁ ମଇଦାନରେ ୯ ପ୍ରାର୍ଥୀ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିର୍ବାଚନ ପ୍ରକ୍ରିୟା ଦିନକୁ ଦିନ ଜୋର ଧରିଥିବା ବେଳେ ଇତି ମଧ୍ୟରେ ପ୍ରାର୍ଥୀତ୍ୱର ଯାଞ୍ଚ କାର୍ଯର୍୍ୟକ୍ରମ ଶେଷ ହୋଇଛି । ସରକାରଙ୍କ ୱେବ ସାଇଟରେ ଏହାର ତଥ୍ୟ ପ୍ରଦାନ କରାଯାଇଛି । ଏହି ସୂଚନା ଅନୁଯୟୀ ବ୍ରହ୍ମପୁର ମେୟର ପଦବୀ ପାଇଁ ମୋଟ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି । ବିଜେଡି ଦଳ ତରଫରୁ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ନେତ୍ରୀ ସଂଘମିତା ଦଳେଇ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବିଜେପି ପକ୍ଷରୁ ସବିତା ସୁଆର,କଂଗ୍ରେସ ପକ୍ଷରୁ ମଞ୍ଜୁ ରଥ,ଆମ୍ ଆଦମୀ ପାର୍ଟି ପକ୍ଷରୁ ସି.ପ୍ରିୟଙ୍କା, ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ସୁନିତା ପାଣିଗ୍ରାହୀ, ବହୁଜନ ସମାଜ ପାର୍ଟି ତରଫରୁ ତପସ୍ୱିନୀ ନାଗ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ପକ୍ଷରେ ସ୍ମାଧୀନ ପ୍ରାର୍ଥୀ ଭାବେ ସାରା ଲୋୱେନ ମିଶ୍ର,ନିତା କୁମାରୀ ପଣ୍ଡା ଏବଂ ସରିତା ପାତ୍ର ପ୍ରମୁଖ ରହିଛନ୍ତି । ଏମାନେ ସମସ୍ତଙ୍କ ପ୍ରାର୍ଥୀତ୍ୱ କାଏମ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।  ପ୍ର୍ରାର୍ଥୀ ମାନଙ୍କ ମଧ୍ୟରୁ  ବିଜେଡିର ସଂଘମିତ୍ରା ଦଳେଇ ପୂର୍ବରୁ କଂଗ୍ରେସ ଦଳରେ ମଧ୍ୟ ଜିଲ୍ଳା ସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ବହୁ ବର୍ଷ ଧରି ସକ୍ରିୟ ରାଜନୀତିରେ ରହିଛନ୍ତି । ସହରର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମରେ ଦୁଇ ଥର କେର୍ପୋରେଟର, ଥରେ କାଉନସିଲର ରହିଛନ୍ତି । ବହୁ ବାର ସ୍ଥାନୀୟ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି । ତୃଣମୁଳସ୍ତରର ଲୋକଙ୍କ ସହ ଜନସଂପର୍କ ରହିଛି । ତେଣୁ ସେ ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଆଶ ରଖିଛନ୍ତି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ପୁର୍ବରୁ ରାଜନୀତିରେ କେବେ ପାଦ ଥାପିନଥିବା ମହିଳା ସବିତା ସୁଆରଙ୍କୁ ପ୍ରାର୍ଥୀ ଭାବେ ଦଳ ଛିଡା କରାଇଛି । ସବିତା ସୁଆରଙ୍କ ସ୍ୱାମୀ ଉତ୍ତମ ପାଣିଗ୍ରାହୀ ପୂର୍ବରୁ ବିଜେପିରେ ରହିଛନ୍ତି । ସବିତା ଜଣେ ଉଚ୍ଚ ଶିକ୍ଷିତା ମହିଳା ହେବା ସାଙ୍ଗକୁ ସହରର ସମସ୍ୟା ସହ ପରିଚିତ ଥିବା ଯୋଗୁଁ ସେ ନିର୍ବାଚିତ ହେଲେ ସହରର ବିକାଶ କରିପାରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଜାତୀୟ ଦଳ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ପରିଶେଷରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଧର୍ମ ପତ୍ନୀଙ୍କୁ  ପ୍ରାର୍ଥୀ ଭାବେ ଛିଡା କରାଇଛି । ସହରର ବାସିନ୍ଦା ହେବା ସାଙ୍ଗକୁ ଜଣେ ବୁଦ୍ଧିଜୀବିଙ୍କ ପତ୍ନୀ ଭାବେ ଜନସମସ୍ୟାକୁ ଭଲ ଭାବେ ବୁଝିପାରି ମେୟର ପଦବୀକୁ ନ୍ୟାୟ କରିପାରିବେ ବୋଲି ଦଳ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।

କିଛି ବର୍ଷ ହେଲା ଜିଲ୍ଳା ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିବା ଆମ୍ ଆଦମୀ ପାର୍ଟି ପକ୍ଷରୁ ଜଣେ ଏମବିଏ ଛାତ୍ରୀ ସି.ପ୍ର୍ରିୟଙ୍କାଙ୍କୁ ମଇଦାନକୁ ଅଣାଯାଇଛି । ସେହିଭଳି ବହୁ ଜନ ସମାଜବାଦୀ ପାର୍ଟି ପକ୍ଷରୁ ତପସ୍ୱିନୀ ନାଗଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟ ପକ୍ଷରେ ବାମପନ୍ଥୀ ଦଳ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ସୁନିତା ପାଣିଗାହୀଙ୍କୁ ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଦାୟିତ୍ୱ ଦିଆଯାଇଛି । ଉପରୋକ୍ତ ସମସ୍ତ ପ୍ରାର୍ଥୀ ମାନେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ସ୍ୱାଧୀନ ଭାବେ ସରିତା ପାତ୍ର, ସାରା ଲାଉରେନ ମିଶ୍ର ଏବଂ ନିତା କୁମାରୀ ପଣ୍ଡା ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଜଣାପଡ଼ିଛି । ତେବେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ସମୟ ଆହୁରି ଦୁଇ ଦିନ ରହିଥିବା ବେଳେ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କେଉଁ କେଉଁ ପ୍ରାର୍ଥୀ ମାନେ ମଇଦାନରେ ରହିବେ ତାହା ସମୟ ହିଁ କହିବ ବୋଲି ରାଜନୈିତିକ ମହଲରେ ଚର୍ଚ୍ଚା ହେଉଛି । ସୁଚନା ଯୋଗ୍ୟ ଯେ ଗତକାଲି ପ୍ରାର୍ଥୀ ପତ୍ର ଯାଞ୍ଚ କାର୍ଯ୍ୟକ୍ରମ ସରିଥିବା ବେଳେ ଆଜି ଗୋଟିଏ ଦିନରେ ପ୍ର୍ରାୟ ୪ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଚଳିତ ମାସ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟହାର କାର୍ଯ୍ୟକ୍ରମ ସାରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking