27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମହୁଆ ମୈତ୍ର ବିବାଦର ପ୍ରଭାବ; ସାଂସଦଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଲାଗୁ

ମହୁଆ ମୈତ୍ର ବିବାଦର ପ୍ରଭାବ; ସାଂସଦଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଲାଗୁ

ନୂଆଦିଲ୍ଲୀ : ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସାଂସଦ ମହୁଆ ମୈତ୍ର ବର୍ତ୍ତମାନ ଅଡୁଆ ସ୍ଥିତିରେ ପଡିଛନ୍ତି । ଲୋକସଭା ସ୍ୱାଧିକାର କମିଟି ଇତିମଧ୍ୟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କୁ ସୁପାରିସ କରିସାରିଥିବାବେଳେ ଲୋକପାଳ ମଧ୍ୟ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକସଭା ସେକ୍ରେଟେରିଏଟ୍ ପକ୍ଷରୁ ସାଂସଦଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଗୃହରେ ପ୍ରଶ୍ନ ଉତ୍‌ଥାପନ କରାଯିବା ପର୍ଯ୍ୟନ୍ତ ସଂପୃକ୍ତ ସାଂସଦ ଏହାକୁ ନିଶ୍ଚିତଭାବେ ଗୋପନ ରଖିବେ । ଯଦି ନିର୍ଦ୍ଧାରିତ ସମୟରେ ପ୍ରଶ୍ନ ପଚରାଯାଇନଥାଏ କିମ୍ବା ଉତ୍ତର ଦିଆଯାଇନଥାଏ, ତେବେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ସେଗୁଡିକୁ ଗୋପନ ରଖାଯିବ ।

ଲୋକସଭା ନିୟମ ଅନୁଯାୟୀ ପ୍ରଶ୍ନୋତ୍ତର ଦିନ ସକାଳ ୯ଟା ସୁଦ୍ଧା ସଂପୃକ୍ତ ସାଂସଦଙ୍କ ଇ-ମେଲରେ ଏହି ପ୍ରଶ୍ନ ଅପ୍‌ଲୋଡ କରାଯାଇଥାଏ । ଫଳରେ ସଂପୃକ୍ତ ସାଂସଦ ଏହାର ଅତିରିକ୍ତ ପ୍ରଶ୍ନ ସମ୍ପର୍କରେ ଆଗୁଆ ଚିନ୍ତା କରିବାର ସୁଯୋଗ ପାଇପାରିବେ । ଉକ୍ତ ଇ-ମେଲ୍‌ର ପାସୱାର୍ଡ ସଂପୃକ୍ତ ସାଂସଦଙ୍କ ନିକଟରେ ରହିଥାଏ । ତେଣୁ ଉକ୍ତ ସାଂସଦ ହିଁ ଏହାକୁ ଲଗ୍‌ଇନ୍ କରିବାର ବ୍ୟବସ୍ଥା ରହିଛି । ଅନ୍ୟ କାହାକୁ ନିଜ ଇ-ମେଲ୍ ପାସ୍‌ୱାର୍ଡ ଯୋଗାଇବା ନିୟମ ବିରୁଦ୍ଧ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କଠାରୁ ପ୍ରବଳ ଲାଞ୍ଚ ଗ୍ରହଣ କରି ମହୁଆ କୁଆଡେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରୁଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତିଙ୍କୁ ଲିଖିତ ଅଭିଯୋଗ କରିବାପରେ ଏହା ସ୍ୱାଧିକାର କମିଟିକୁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking