25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶବ୍ରିକ୍‌ସ ସଦସ୍ୟତା ପାଇଁ ପାକିସ୍ତାନର ଆବେଦନ

ବ୍ରିକ୍‌ସ ସଦସ୍ୟତା ପାଇଁ ପାକିସ୍ତାନର ଆବେଦନ

ଇସଲାମାବାଦ: ବ୍ରିକ୍‌ସ ସଂଗଠନର ସଦସ୍ୟ ପଦ ପାଇବାକୁ ପାକିସ୍ତାନ ଆବେଦନ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ବ୍ରାଜିଲ, ରୁଷ୍‌, ଇଣ୍ଡିଆ, ଚୀନ୍ ଓ ସାଉଥ୍ ଆଫ୍ରିକାକୁ ନେଇ ୨୦୧୦ରେ ବ୍ରିକ୍‌ସ ସଂଗଠନ ଗଠିତ ହୋଇଥିଲା । ୨୦୨୪ରେ ରୁଷ୍ ଅଧ୍ୟକ୍ଷତାରେ ପରବର୍ତ୍ତୀ ବ୍ରିକ୍‌ସ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ନିଜର ସଦସ୍ୟତାକୁ ସମର୍ଥନ ଜଣାଇବାକୁ ପାକିସ୍ତାନ ବର୍ତ୍ତମାନ ରୁଷ୍ ସହାୟତା ଲୋଡିଛି ବୋଲି ମସ୍କୋରେ ଅବସ୍ଥାପିତ ପାକ୍ ରାଷ୍ଟ୍ରଦୂତ ମହମ୍ମଦ ଖଲିଦ ଜମାଲି କହିଛନ୍ତି ।

ସୂଚନାଯୋଗ୍ୟ ୨୦୨୪ ଜାନୁଆରୀ ୧ରୁ ଆଉ ୬ଟି ରାଷ୍ଟ୍ର ଯଥା ସାଉଦି ଆରବ, ଇରାନ, ଇଜିପ୍ଟ, ଇଥିଓପିଆ, ଆର୍ଜେଣ୍ଟିନା ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ବ୍ରିକ୍‌ସର ନୂତନ ସଦସ୍ୟଭାବେ ବିବେଚିତ ହେବାକୁ ଯାଉଛନ୍ତି । ୨୦୨୩ ଅଗଷ୍ଟରେ ସାଉଥ୍ ଆଫ୍ରିକାରେ ବ୍ରିକ୍‌ସ ସମ୍ମିଳନୀ ଆୟୋଜିତ ହୋଇଥିବାବେଳେ ଅଧ୍ୟକ୍ଷ ତଥା ସାଉଥ୍ ଆଫ୍ରିକା ରାଷ୍ଟ୍ରପତି ସିରଲ ରାମାଫୋସା ଏହି ନୂତନ ସଦସ୍ୟଙ୍କୁ ଗ୍ରହଣ କରାଯାଉଥିବା ନେଇ ଘୋଷଣା କରିଥିଲେ । ପାକିସ୍ତାନକୁ ବ୍ରିକ୍‌ସରେ ସାମିଲ କରାଯାଉ ବୋଲି ଚୀନ୍ ମଧ୍ୟ ପୂର୍ବରୁ ପ୍ରସ୍ତାବ ଦେଇସାରିଛି । ତେବେ ପାକିସ୍ତାନର ଆବେଦନକୁ ନେଇ ଭାରତର ପ୍ରତିକ୍ରିୟା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking