25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଉ ୧୨ ସୁଖୋଇ ବିମାନ କିଣିବାକୁ ଟେଣ୍ଡର

ଆଉ ୧୨ ସୁଖୋଇ ବିମାନ କିଣିବାକୁ ଟେଣ୍ଡର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମାରକ କ୍ଷମତା ବୃଦ୍ଧି କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଉ ୧୨ଟି ସୁଖୋଇ ଏମ୍‌କେଆଇ୩୦ ଯୁଦ୍ଧବିମାନ କ୍ରୟ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୦,୦୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଡିସେମ୍ବର ଶେଷ ସୁଦ୍ଧା ହିନ୍ଦୁସ୍ତାନ ଏରୋନଟିକ୍‌ସ ଲିମିଟେଡ୍ (ଏଚ୍‌ଏଏଲ) ପକ୍ଷରୁ ଏହି ଟେଣ୍ଡର ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ କୁହାଯାଇଛି । ସୂଚନାଯୋଗ୍ୟ ବିଗତ ୨୦ ବର୍ଷ ମଧ୍ୟରେ ବାୟୁସେନାରେ ମୁତୟନ ହୋଇଥିବା ୧୨ଟି ସୁଖୋଇ ବିମାନ ଦୁର୍ଘଟଣାର ଶିକାର ହୋଇ ଧ୍ୱଂସ ପାଇଛି । ତାହାକୁ ଭରଣା କରିବାକୁ ପୁଣି ୧୨ଟି ନୂଆ ବିମାନ କିଣାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହିନ୍ଦୁସ୍ତାନ ଏରୋନଟିକ୍‌ସରେ ଏହି ବିମାନ ନିର୍ମାଣ କରାଯିବ ଏବଂ ସେଗୁଡିକରେ ୬୦ ପ୍ରତିଶତ ସ୍ୱଦେଶ ଯନ୍ତ୍ରପାତି ଖଞ୍ଜାଯିବ ବୋଲି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ରୁଷ୍ ନିର୍ମିତ ସୁୁଖୋଇ ହେଉଛି ଚତୁର୍ଥ ପିଢିର ଏକ ଅତ୍ୟାଧୁନିକ ଲଢୁଆ ବିମାନ । ବ୍ରହ୍ମସ୍ ଓ ଅସ୍ତ୍ର କ୍ଷେପଣାସ୍ତ୍ର ସହ ଏହି ବିମାନ ଏକାଧିକ ବୋମା ବହନ କରିବାର କ୍ଷମତା ରଖୁଛି । ଆକାଶରେ ଉଡୁଥିବାବେଳେ ଏଥିରେ ଇନ୍ଧନ ଭର୍ତ୍ତି କରାଯିବାର ସୁବିଧା ମଧ୍ୟ ରହିଛି । ସ୍ୱଳ୍ପ ତଥା ଅତ୍ୟଧିକ ବେଗରେ ଉଡୁଥିବାବେଳେ ଏହି ବିମାନ ଶତ୍ରୁପକ୍ଷକୁ ଚକ୍‌ମା ଦେବାରେ ସଫଳ ହୋଇଥାଏ । ଲଙ୍ଗ୍ ରେଞ୍ଜ୍‌ରେ ଏହି ବିମାନ ପାଟ୍ରୋଲିଂ କରିପାରୁଥିବାବେଳେ ଏହା ସବୁବେଳେ ଶତ୍ରୃପକ୍ଷ ପାଇଁ ଚିନ୍ତାର କାରଣ ପାଲଟିଥାଏ । ରୁଷ୍ ନିକଟରୁ ଅନୁମତି ପାଇବାପରେ ବର୍ତ୍ତମାନ ହିନ୍ଦୁସ୍ତାନ ଏରୋନଟିକ୍‌ସ ସୁଖୋଇ ବିମାନ ନିର୍ମାଣ କରୁଛି । ବାୟୁସେନା ପକ୍ଷରୁ ଅବଶିଷ୍ଟ ସୁଖୋଇ ବିମାନର ଆଧୁନିକୀକରଣ ପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି । ଭାରତ ଇତିମଧ୍ୟରେ ଫ୍ରାନ୍ସରୁ ୩୬ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧବିମାନ କିଣିବାପରେ ବାୟୁସେନା ଅଧିକ ଶକ୍ତିଶାଳୀ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking