28.1 C
Bhubaneswar
Friday, July 26, 2024
Homeଦେଶ ବିଦେଶରାଜସ୍ଥାନରେ ପ୍ରଚାର ଶେଷ, ୨୫ରେ ଭୋଟ୍‌

ରାଜସ୍ଥାନରେ ପ୍ରଚାର ଶେଷ, ୨୫ରେ ଭୋଟ୍‌

ଜୟପୁର: ରାଜସ୍ଥାନ ବିଧାନସଭାର ୨୦୦ ଆସନ ପାଇଁ ଆସନ୍ତା ୨୫ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଏଠାରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱୀମୁଖୀ ଲଢେଇ ଦେଖିବାକୁ ମିଳିବ । ବିଭିନ୍ନ ଦଳର ମୋଟ ୧୮୭୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୭୨ ପୁରୁଷ ଓ ୧୮୩ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଦଳୀୟ କଟକଣା ସତ୍ତ୍ୱେ ଉଭୟ କଂଗ୍ରେସ ଓ ବିଜେପିର ମୋଟ ୪୫ ବିଦ୍ରୋହୀ (ଟିକଟ ପାଇନଥିବା ଅସନ୍ତୁଷ୍ଟ) ପ୍ରାର୍ଥୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ରହିଛନ୍ତି ।

ଝୋତ୍‌ୱାଡା ଆସନରେ ସର୍ବାଧିକ ୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେବାକୁ ଯାଉଥିବାବେଳେ ଲାଲସୋତ୍‌ରେ ସର୍ବନିମ୍ନ ୩ ଜଣ ପ୍ରାର୍ଥୀ ଛିଡା ହୋଇଛନ୍ତି । ରାଜ୍ୟର ମୋଟ ୫.୨ କୋଟି ଭୋଟର ସେଦିନ ୧୮୭୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରେ ୪୮୯୨ ଲକ୍ଷ ହେଉଛନ୍ତି ନୂତନ ଭୋଟର । ୨୦୦ ମଧ୍ୟରୁ ୧୩୯ ଆସନ ପାଇଁ ନୂତନ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ପ୍ରଚାର ଶେଷ ଦିନରେ ବିଜେପି ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୟପୁରରେ ଆୟୋଜିତ ରୋଡ୍ ସୋ’ରେ ଅଂଶଗ୍ରହଣ କରିଥିବାବେଳେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଚିତ୍ତୋରଗଡ ଓ ନାଥ୍‌ଦ୍ୱାର ଜିଲ୍ଲାରେ ରୋଡ୍‌, ସୋ’ରେ ଭାଗ ନେଇଛନ୍ତି । ଡିସେମ୍ବର ୩ରେ ଅନ୍ୟ ଚାରି ରାଜ୍ୟ ଯଥା ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ସହ ରାଜସ୍ଥାନ ନିର୍ବାଚନର ଭୋଟଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking