27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଟାୱାର ଉପରକୁ ଚଢ଼ି ଯୁବତୀଙ୍କ ଆତ୍ମହତ୍ୟା ଧମକ

ଟାୱାର ଉପରକୁ ଚଢ଼ି ଯୁବତୀଙ୍କ ଆତ୍ମହତ୍ୟା ଧମକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମହାରାଜାଗଞ୍ଜ ଜିଲ୍ଲାରେ ଗୁରୁବାର ଜଣେ ଯୁବତୀ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇ ଆତ୍ମହତ୍ୟା ଧମକ ଦେଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଧୋକାଦେବାପରେ ଯୁବତୀଜଣକ ଏଭଳି ଚରମ ପଦକ୍ଷେପ ନେଉଥିବା କୁହାଯାଇଛି । ସଂପୃକ୍ତ ଯୁବତୀ ଟାୱାରରେ ଚଢିବାପରେ ଶୋଲେ ଚଳଚ୍ଚିତ୍ର ଷ୍ଟାଇଲରେ (ପାଣିଟାଙ୍କି ଉପରେ ଚଢି ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଧମକ) ଧମକ ଦେଇଥିଲେ । ଘଟଣାସ୍ଥଳରେ ଶତାଧିକ ଲୋକ ରୁଣ୍ଡ ହୋଇ ଏହି ଦୃଶ୍ୟ ଉପଭୋଗ କରୁଥିବାବେଳେ ପୁଲିସ ସେଠାରେ ପହଞ୍ଚି ଯୁତୀଙ୍କୁ ତଳକୁ ଓହ୍ଲାଇବାରେ ସଫଳ ହୋଇଥିଲା । ପ୍ରେମିକ ଫେରାର ଥିବାବେଳେ ପୁଲିସ ଯୁବକଙ୍କ ପିତାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking