25.8 C
Bhubaneswar
Saturday, July 27, 2024
Homeଅପରାଧ୧୪୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ପ୍ରିନ୍ସିପାଲ ଗିରଫ

୧୪୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ପ୍ରିନ୍ସିପାଲ ଗିରଫ

ଜିନ୍ଦ୍ : ହରିୟାଣାର ଜିନ୍ଦ ସହରର ଏକ ସରକାରୀ ବାଳିକା ବିଦ୍ୟାଳୟରେ ୧୪୨ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ଗୁରୁବାର ଉକ୍ତ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଗିରଫ କରିଛି । ପ୍ରିନ୍ସିପାଲ ଜଣକ ବିଗତ ୬ ବର୍ଷ ଧରି ଏଭଳି କୁକର୍ମରେ ଲିପ୍ତ ଥିଲେ ବୋଲି ବିଦ୍ୟାଳୟର ୩୯୦ ଛାତ୍ରୀ ସେମାନଙ୍କ ବୟାନରେ କହିଛନ୍ତି ।

ସଂପୃକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲା ଶିକ୍ଷା ବିଭାଗ ଉଚ୍ଚପଦାଧିକାରୀଙ୍କ ନିକଟକୁ ପଠାଯାଇଛି । ୧୪୨ ଛାତ୍ରୀ ଯୌନ ଉତ୍ପୀଡନର ଶିକାର ହୋଇଥିବାବେଳେ ଅନ୍ୟ ଛାତ୍ରୀମାନେ ଏ ସମ୍ପର୍କ ସାକ୍ଷ୍ୟ ଦେଇଛନ୍ତି । ୧୫ ଜଣ ପୀଡିତା ଛାତ୍ରୀ ଚିଠି ଜରିଆରେ ପ୍ରଥମେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ରାଜ୍ୟ/ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking