ମୟୁରଭଞ୍ଜ :ମୟୁରଭଞ୍ଜରେ ବଢି ଚାଲିଛି ନକଲି ସାମଗ୍ରୀର କାରବାର। ନିରୀହ ଲୋକମାନେ ଠକାମୀର ଶିକାର ହେଉଥିବା ବେଳେ ମୁନାଫା କମାଉଁଛନ୍ତି ବେପାରୀ ଆଉ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି ପ୍ରଶାସନ। ଉଲ୍ଲେଖଯୋଗ୍ୟ, କରୋନା ମହାମାରି ସମୟରେ ଦିନକୁ ଦିନ ବଢିବାରେ ଲାଗିଥିବା ବିଭିନ୍ନ ପ୍ରକାରର ନକଲି ତମାଖୁ କାରବାର ସାମ୍ନାକୁ ଆସିଛି।ଓଡ଼ିଶାର ଅନ୍ୟ ଜିଲ୍ଲା ତୁଳନାରେ ମୟୁରଭଞ୍ଜରେ ମଧ୍ୟ ନକଲି ତମ୍ବାଖୁ କାରବାର ବେଶ ଭଲଭାବରେ କାୟବିସ୍ତାର କରି ଛାଲିଛି । ମୟୁରଭଞ୍ଜର ଛୋଟ ଛୋଟ ବଜାରରେ ଏହି ନକଲି କାରବାର ସବୁଠାରୁ ଅଧିକ ହେଉଛି । କରୋନା ସମୟରେ ବାହାରୁ ତମ୍ବାଖୁ ଆମଦାନୀ କମିଯାଇ ଥିବାରୁ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ଅସଲି ନାମରେ ନକଲି ତମ୍ବାଖୁ କାରବାରୀ ବେଶ ଲାଭବାନ ହେଉଛନ୍ତି ।ମୟୁରଭଞ୍ଜ ଜିଲ୍ଲାର ବେତନଟୀରେ ମଧ୍ୟ ଅସଲି ନାମରେ ନକଲି ତମ୍ବାଖୁ କାରବାରର ପର୍ଦାଫାଶ କରିଛି ବେତନଟୀ ପୋଲିସ। ନକଲି ତମ୍ବାଖୁ କାରବାରର ସମ୍ପର୍କରେ ଖବରପାଇ ବେତନଟୀ ଥାନା ଅଧିକାରୀ ଏବଂ ବଡସାହି ତହସିଲର ଏଡିସନାଲ ତହସିଲଦାର ବେତନଟୀ ବଜାରର ଅକ୍ଷୟ ଦାସଙ୍କ ଦୋକାନକୁ ଚଢାଉ କରି ୬୫ ବସ୍ତା ନକଲି ତମାଖୁ ଜବତ କରିଛନ୍ତି । ଏହି ନକଲି ତମାଖୁ କାରବାର ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅକ୍ଷୟ ଦାସଙ୍କ ପୁଅଙ୍କୁ ବେତନଟୀ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି ବେତନଟୀ ପୋଲିସ ।