ତିନି ବାରାହା ଶିକାରୀ ଗିରଫ

ତେଲକୋଇ :ତେଲକୋଇ ବନାଞ୍ଚଳ ଅଧିନସ୍ଥ ଉଦୟଗିରି ଢିଙ୍କେଶ୍ବରୀ ଜଙ୍ଗଲରେ ଚାଲିଛି ଅବାଧ ବାରାହା ଶିକାର । ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ହାତରେ ବନାଯାଇଥିବା ବମ ସାହାଯ୍ୟ ରେ ଫାଶ ବସାଇ ବାରାହା ଶିକାର କରାଯାଉଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଖବର ପାଇ ବନ ବିଭାଗ ଉକ୍ତ ଜଙ୍ଗଲରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବାରାହା ମାସଂ ଓ ଶିକାରରେ ବ୍ୟବହୃତ ହାତ ବୋମା ଓ ବିଦ୍ୟତ ତାର ଜବତ କରିଛି । ତିନି ଶିକାରୀ ଉଦୟଗିରି ଗାଁର ଇନ୍ଦ୍ରମଣି ପାତ୍ର,ବିଷ୍ଣୁ ମହାକୁଡ଼, ଓ ବିଜୟ ମହାରଣା ବୋଲି ଜଣା ପଡିଛି । ବନବିଭାଗ ଆଜି ସକାଳୁ ସେମାନଙ୍କୁ କୋର୍ଟ ଚାଲାଣ ପାଇଁ କେନ୍ଦୁଝରକୁ ନିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here