37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ଜୟନ୍ତୀ ଉପଲକ୍ଷେ ବସ୍ତ୍ର ବଣ୍ଟନ

ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ଜୟନ୍ତୀ ଉପଲକ୍ଷେ ବସ୍ତ୍ର ବଣ୍ଟନ

ନୟାଗଡ : ନୟାଗଡ ଉପାନ୍ତ ଇଲାକାରେ ପହଂଚି ବାର୍ଦ୍ଧକ୍ୟରେ ଗତି କରୁଥିବା ବୟସ୍କ ମହିଳା ଓ ପୁରୁଷମାନଙ୍କୁ ସ୍ୱାମୀଚିଦାନନ୍ଦ ସରସ୍ବତୀଙ୍କ ଜୟନ୍ତୀ ଅବସରରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲାରେ ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ଜନ୍ମ ଜୟନ୍ତୀରେ ଦିବ୍ୟ ଜୀବନ ସଙ୍ଘର ସଭାପତିଙ୍କ ତତ୍ତ୍ୱାବଧନରେ ନୂଆଗାଁ, ଯାକେଡ଼ା ପଂଚାୟତର ବିଭିନ୍ନ ଗାଁରେ ଥିବା ବୟସ୍କ ବ୍ୟକ୍ତିମାନଙ୍କୁ ପିନ୍ଧିବାକୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ବଢିଚାଲିଛି ।
ଏହି ଜୟନ୍ତୀ ଅବସରରେ ନୟାଗଡ ସହରର ଜଣାଶୁଣା ସମାଜସେବୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ସାହୁ ଓ ସମାଜସେବୀ ସୁଧାଂଶୁ ରଞ୍ଜନ ଦାଶ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଯାକେଡ଼ା ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କରଚୁଲି, ଯାକେଡ଼ା, ଓ କନ୍ଧ ଖାଲମଡ଼ା, ଗାଁ ରେ ପହଂଚିଥିଲେ । ଏବଂ
ବିଭିର୍ନ ଗାଁର ପନ୍ଦରରୁ ଉର୍ଦ୍ଧ ବୟସ୍କ ମହିଳା ଓ ପୁରୁଷ ମାନଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରାଯାଇ ଥିଲା ।

ବୟସ୍କ ମହିଳା ମାନଂକୁ ଲୁଗା, ଓ ପୁରୁଷ ମାନଙ୍କ ପାଇଂ ଧୋତି ଓ ଶୁଖିଲା ଖାଦ୍ୟ ଦିଆ ଯାଇ ଥିବା ବେଳେ କରଚୁଲି ଗାଁର ଭଙ୍ଗା କୁଡ଼ିଆ ରେ ଜରାଜୀର୍ଣ୍ଣ ଅବସ୍ଥା ରେ ପାଞ୍ଚ ପିଲା ଙ୍କୁ ନେଇ ଜୀବନ କାଟୁଥିବା କବିତା ପ୍ରଧାନଙ୍କ ପାଖରେ ପହଂଚି ବସ୍ତ୍ର ଓ ଶୁଖିଲା ଖାଦ୍ୟ ଦେବା ସହିତ ଅର୍ଥ ସହାୟତା ଦେଇ ଥିଲେ । କବିତା ପାଇଁ ନୂଆଗାଁ, ବ୍ଲକ ପ୍ରଶାସନ ଓ ବିଧାୟକ ଙ୍କ ତରଫରୁ ଏକ ପକ୍କା ଘର ର ବନ୍ଦୋବସ୍ତ କରିବା ପାଇଁ ଗଣମାଧ୍ୟମ ଜରିଆରେ ସମାଜସେବୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ସାହୁ ଅନୁରୋଧ କରିଛନ୍ତି । ସମାଜସେବୀ ଶ୍ରୀ ସାହୁଙ୍କ ସହ ଧନେଶ୍ୱର ସାହୁ ଓ ବିଭୁତି ଭୂଷଣ ସ୍ୱାଇଁ ଏହି ସମାଜ ସେବାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking