27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଜମ୍ମୁ ବାୟୁସେନା ଘାଟିରେ ପୁଣି ଡ୍ରୋନ୍‌ !

ଜମ୍ମୁ ବାୟୁସେନା ଘାଟିରେ ପୁଣି ଡ୍ରୋନ୍‌ !

ଜମ୍ମୁ: ଜମ୍ମୁ ବାୟୁସେନା ଘାଟି ନିକଟରେ ପୁଣି ଏକ ଡ୍ରୋନ ଉଡୁଥିବା ଲକ୍ଷ୍ୟ କରାଯାଇଛି । ଏହା ଜଣାପଡିବାପରେ ବାୟୁସେନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ ଜାରି କରାଯିବା ସହ ସହରର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ବାୟୁସେନା ଘାଟିରେ ପୁଣି ଆଶଙ୍କା ଉପୁଜିଛି । ସୂଚନାଯୋଗ୍ୟ ଚଳିତମାସ ପ୍ରାରମ୍ଭରେ ଦୁଇଟି ଡ୍ରୋନ୍ ସାହାଯ୍ୟରେ ଜମ୍ମୁ ବାୟୁସେନା ଘାଟିରେ ଆକ୍ରମଣ କରାଯାଇଥିଲା । ଏହାପରଠାରୁ ଜମ୍ମୁ ସମେତ ପାକିସ୍ତାନ ସଂଲଗ୍ନ ସୀମାରେ ଏକାଧିକ ଡ୍ରୋନ୍ ଉଡୁଥିବା ଲକ୍ଷ୍ୟ କରାଯାଇଥିଲେ ସୁଦ୍ଧା ଏହାର ଉତ୍ପତ୍ତିସ୍ଥଳକୁ ସୁରକ୍ଷାବାହିନୀ ଏପର୍ଯ୍ୟନ୍ତ ଠାବ କରିପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking