30.1 C
Bhubaneswar
Thursday, April 25, 2024
Homeଓଡିଶାନାବାଳିକାକୁ ୫ମାସର ଅନ୍ତସତ୍ତ୍ୱାକରି ବୃଦ୍ଧ ଫେରାର

ନାବାଳିକାକୁ ୫ମାସର ଅନ୍ତସତ୍ତ୍ୱାକରି ବୃଦ୍ଧ ଫେରାର

ଭଦ୍ରକ : ଭଦ୍ରକ ଜିଲ୍ଲା  ତିହିଡି ଥାନା କାଁପଡା ପଞ୍ଚାୟତ ଅଧୀନ ମଠସାହି ଗ୍ରାମର ଜଣେ ନାବାଳିକାକୁ ଅନ୍ତସତ୍ତ୍ୱା କରି ଜନୈକ ବୃଦ୍ଧ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ,  ମଠସାହି ଗ୍ରାମର ଜନୈକ ନାବାଳିକାଙ୍କ ଘରେ କେହି ନଥିବା ସମୟରେ ସେହି ଗ୍ରାମର ମାୟାଧର ଦାସ ଓରଫ କାର୍ତ୍ତିକ(୬୦) ନାମକ ଜଣେ ବୃଦ୍ଧ ୫ମାସ ତଳେ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଜ୍ୱର ହେଇଛି ଗୋଡ଼ ହାତରେ ତେଲ ଘଷି ଦେବାକୁ କହିଥିଲେ । ନାବାଳିକା ବାରମ୍ବାର ମନା କରିଥିଲେ ମଧ୍ୟ ବୃଦ୍ଧ ମାୟାଧର ବାଧ୍ୟ କରିଥିଲେ । ପରେ ଦୁଷ୍କର୍ମ କରି ନାବାଳିକାକୁ ଶହେ ଟଙ୍କା ଦେଇଥିଲେ ଓ ଏକଥା କାହାକୁ କହିଲେ ତା’ ବାପା ମାଆଙ୍କୁ ଜୀବନରୁ ମାରିଦେବାକୁ ମାୟାଧର ଧମକ ଦେଇଥିଲେ । ଏଭଳି ଡରାଇ ନାବାଳିକାକୁ ମାୟାଧର ୮/୧୦ଥର ଦୁଷ୍କର୍ମ କରିଥିବା ନାବାଳିକା ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଆଇଆଇସି ତପନ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଅଭିଯୁକ୍ତ ମାୟାଧରକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking