କଟକ:କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାରେ କମିସନରେଟ୍ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ସିହ୍ନା। ଭୁବନେଶ୍ବର-କଟକ ପୁଲିସ କମିସନରେ ସୁରେଶ ଦେବଦତ୍ତ ସିଂ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଡିସିପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନରେ ଶ୍ରୀ ସିଂ କହିଛନ୍ତି ୨୦୧୯ରେ ବଲେଶ୍ବରରେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତାଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ସନ୍ତୋଷ ସିହ୍ନା। ଶ୍ରୀନାଥଙ୍କ ଘରେ ପଶି ଅଭିଯୁକ୍ତ ଦଂପତିଙ୍କୁ ଅତି ବୀଭତ୍ସା ଭାବେ ହତ୍ୟା କରିଥିଲା। ଏହା ପୂର୍ବରୁ ଅଭିଯୁକ୍ତ ବିସ୍ତୃତ ଯୋଜନା କରିଥିଲା।