21.1 C
Bhubaneswar
Tuesday, February 17, 2026
Homeଦେଶ ବିଦେଶବିଦେଶଗସ୍ତ ଖେଳାଳିଙ୍କ ପାଇଁ ନୂଆ ନିୟମ ଲାଗୁ କଲା ବିସିସିଆଇ

ବିଦେଶଗସ୍ତ ଖେଳାଳିଙ୍କ ପାଇଁ ନୂଆ ନିୟମ ଲାଗୁ କଲା ବିସିସିଆଇ

ନୂଆଦିଲ୍ଲୀ: ବିଦେଶ ଗସ୍ତ ସମୟରେ ଖେଳାଲି କେତେ ଓଜନ ନେଇ ଯାତ୍ରା କରିବେ ତାହା ଉପରେ ଏକ ନୂଆ ନିୟମ ଲାଗୁ କରିଛି ବିସିସିଆଇ । ଏହି ନିୟମ ସେତେବେଳେ ଲାଗୁ କରାଯାଇଛି, ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଜଣେ ଖେଳାଳି ପ୍ରାୟ ୨୫୦ କିଲୋଗ୍ରାମରୁ ଅଧିକ ଓଜନର ୨୭ଟି ବ୍ୟାଗ ଧରି ଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ରିପୋର୍ଟ ଅନୁଯାୟୀ, ବ୍ୟାଗରେ ଖେଳାଳିଙ୍କ ବ୍ୟକ୍ତିଗତ ଜିନିଷପତ୍ର ବ୍ୟତୀତ, ଏହି ବ୍ୟାଗଗୁଡ଼ିକରେ ସେମାନଙ୍କ ପରିବାର ଏବଂ କର୍ମଚାରୀଙ୍କ ଜିନିଷପତ୍ର ମଧ୍ୟ ଥିଲା, ଯାହାର ଖର୍ଚ୍ଚ ବିସିସିଆଇକୁ ବହନ କରିବାକୁ ପଡିଛି । ସବୁଠୁ ବଡ କଥା ହେଉଛି, ଖେଳାଳିଙ୍କ ପରିବାର ସଦସ୍ୟମାନେ ପୁରା ଗସ୍ତ ସମୟରେ ତାଙ୍କ ସହିତ ରହିଥିଲେ ଏବଂ ବିସିସିଆଇ ଭାରତରୁ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆରୁ ପୁଣି ଭାରତ ଖେଳାଳିଙ୍କ ପରିବାର ସଦସ୍ୟଙ୍କ ଜିନିଷପତ୍ରର ଯାହା ଖର୍ଚ୍ଚ ହୋଇଥିଲା ତାହା ବହନ କରିଛି । ଯଦିଓ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ସାର୍ବଜନିନ କରାଯାଇନି । ତଥାପି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆକଳନ କରାଯାଇଛି । ଏହା ପରେ ବିସିସିଆଇ ସ୍ପଷ୍ଟ କରି କହିଛି, ଜଣେ ଖେଳାଳିଙ୍କର ୧୫୦ କିଲୋଗ୍ରାମ୍ ଜିନିଷର ନବା ଆଣିବା ଖର୍ଚ୍ଚ ହିଁ ବହନ କରିବ । ଏହା ଛଡା ଖେଳାଳି ଖେଳିବାକୁ ଯିବା ସମୟରେ ଟିମ୍ ବସରେ ଯାତ୍ରା କରିବେ । ବ୍ୟକ୍ତିଗତ ଭାବେ ଯାତ୍ରା କରିବାର ଅନୁମତି ଦିଆଯିବନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking