28.1 C
Bhubaneswar
Friday, April 26, 2024
Homeଓଡିଶାଲକଡାଉନ ଚିନ୍ତା : ଘରେ ଜିନିଷ ପହଞ୍ଚାଇବ ବିଗବଜାର

ଲକଡାଉନ ଚିନ୍ତା : ଘରେ ଜିନିଷ ପହଞ୍ଚାଇବ ବିଗବଜାର

ଭୁବନେଶ୍ୱର : କରୋନା ଭାଇରସ ଯୋଗୁ ଦେଶରେ ଜାରି ହୋଇଥିବା ଲକ ଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। ଏହି ଲକଡାଉନ ସମୟରେ କିନ୍ତୁ ଗ୍ରୋସରୀ ଦୋକାନ, ଫଳ, ପନିପରିବା ଓ ଓଷଧ ଦୋକାନ ଖୋଲା ରଖିବାର ଅନୁମତି ଦିଆଯାଇଛି । ଏଥି ସହିତ ବିଗବଜାର ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଘରେ ଜିନିଷ ପହଞ୍ଚାଇବାର ବ୍ୟବସ୍ଥା କରିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟ ଯଥା ବାଙ୍ଗାଲୁର, ପାଟଣା, ରାଞ୍ଚୀ, ଭୁବନେଶ୍ୱର, ଗୌହାଟୀ, ମହାରାଷ୍ଟ୍ର, ମୁମ୍ବାଇ, ଗୁଜରାଟ ଓ ରାଜସ୍ଥାନରେ ବିଗବଜାର ଏହି ସେବା ପ୍ରଦାନ କରିବାର ଘୋଷଣା କରିଛି। ଡେଲିଭରି ସହିତ ଜଡ଼ିତ ଫୋନ୍ ନମ୍ବର ଓ ସ୍ଥାନର ନାମ ବିଗବଜାର ଟ୍ୱିଟରରେ ଜାରି କରିଛି। ଏହାଦ୍ୱାରା ଗ୍ରାହକଙ୍କୁ ଘରେ ବସି ଜିନିଷ ପାଇବାର ସୁବିଧା ମିଳିବା ସହ ଆଉ ବାହାରକୁ ଯିବାକୁ ପଡ଼ିବନି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking