ଭୁବନେଶ୍ୱର : ଭଲ ସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଯକୃତ ଆବଶ୍ୟକ । ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଯକୃତ ଭଲ କାମ କରେ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଯକୃତକୁ କ୍ଷତି ପହଞ୍ଚାଇଥାଏ । ଅଙ୍ଗୁରରେ ମିଳୁଥିବା ପୋଷକ ତତ୍ତ୍ୱ ଶରୀରରୁ ପ୍ରଦାହ କମ କରିଥାଏ । ଏବଂ ଆଣ୍ଟି ଅକ୍ସିଡାଣ୍ଟ ସ୍ତର ବୃଦ୍ଧି କରିଥାଏ । ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରରେ ଏନଜାଇମର ସ୍ତର ବୃଦ୍ଧି ପାଇଥାଏ । ସେହି ସମୟରେ ଏନଜାଇମଗୁଡିକ ଯକୃତରୁ ମଇଳା ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହିପରି ହଳଦୀରେ ଆୟୁଜ୍ମେଦିକ ଗୁଣ ଭରପୁର ରହିଛି । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ନିୟମିତ ହଳଦୀ ସେବନ କରିବା ଦ୍ୱାରା ଫ୍ୟାଟି ଲିିଭର ଆଶଙ୍କା ଗୁଣ ହ୍ରାସ କରେ । ଅଦା ଖାଇବା ଦ୍ୱାରା ଶରୀରରେ କିଛି ଏନଜାଇମ ଉତ୍ପାଦନ ହୁଏ, ଯାହା ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବାରେ କାମ କରେ। ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ଯକୃତର ପ୍ରଦାହକୁ ହ୍ରାସ କରେ ।