26.1 C
Bhubaneswar
Wednesday, October 9, 2024
Homeଦେଶ ବିଦେଶଚିନ୍ତାରେ ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?

ଚିନ୍ତାରେ ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?

ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି । ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି । ଅନେକ ନେତା ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଇଛି । ଆଉକିଛି ନେତା ଭୟରେ ଅତ୍ମଗୋପନ କରିଛନ୍ତି । ସେନା କମାଣ୍ଡ ନେଇ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା । ଏହି ସମୟ ମଧ୍ୟରେ ବାଂଲାଦେଶରେ ଅନେକ ହତ୍ୟାକାଣ୍ଡ ଘଟିଛିା । ବାଂଲାଦେଶର ଏହି ଖରାପ ଅବସ୍ଥା ପଛରେ ପାକିସ୍ତାନୀ ଆଇଏସଆଇ ମଧ୍ୟ ରହିଛି ବୋଲି କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ବାଂଲାଦେଶର ଅବସ୍ଥା ଉପରେ ହସୁଥିଲା ।

କିନ୍ତୁ ବର୍ତ୍ତମାନ ସେ ମଧ୍ୟ ଭୟଭୀତ । ବାଂଲାଦେଶର ସ୍ଥିତିକୁ ନେଇ ପାକିସ୍ତାନ ଏବେ ନିଜ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି । ବାଂଲାଦେଶ ଭଳି ବର୍ତ୍ତମାନ ପାକିସ୍ତାନର ଛାତ୍ରନେତାମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛନ୍ତି । ପିଟିଆଇର ଛାତ୍ର ସଂଗଠନ ଏକ ପଦଯାତ୍ରା ଘୋଷଣା କରିଛି । ଏହି କାରଣରୁ ପାକିସ୍ତାନ ସରକାର ଭୟଭୀତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ଏକ ଧମକ ପତ୍ର ଜାରି କରିଛି । ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ପାକିସ୍ତାନ ସରକାରଙ୍କୁ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ଧମକ ପତ୍ରରେ ଏହା ଲେଖାଯାଇଛି ଯେ, ପିଟିଆଇର କିଛି ଦୁର୍ଦ୍ଦଶ ନେତା ଛାତ୍ରମାନଙ୍କୁ ଆଗରେ ରଖି ଆଇନ ଶୃଙ୍ଖଳାକୁ ସଙ୍କଟରେ ପକାଇବାକୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking